ଜୀବନ ହାରିଲେ ସୋଶାଲ ମିଡିଆର ଚର୍ଚ୍ଚିତ ଚେହେରା ଲୀନା

add-all

ରାୟପୁର: ସବୁବେଳେ ସୋଶାଲ ମିଡିଆରେ ସକ୍ରିୟ ରହିବା ସହ ଭିଡିଓ ପୋଷ୍ଟ କରୁଥିବା ୨୩ ବର୍ଷୀୟ ଲୀନା ନାଗବଂଶୀ ଆତ୍ମହତ୍ୟା କରିଛନ୍ତି। ଲୀନାଙ୍କ ଘର ଛତିଶଗଡ଼ର ରାଇଗଡ଼ରେ। ସେ ନିଜ ଘରର ଛାତରେ ବେକରେ ଓଢ଼ଣୀ ବାନ୍ଧି ଝୁଲି ପଡ଼ିଛନ୍ତି। ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଲୀନା ବିକମ ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ସେ ଟିକଟକ ଓ ଅନ୍ୟାନ୍ୟ ସୋଶାଲ ମିଡିଆ ଆପରେ ନିଜର ବିଭିନ୍ନ ପ୍ରକାରର ଭିଡିଓ ଛାଡ଼ନ୍ତି। ଇନଷ୍ଟାଗ୍ରାମରେ ତାଙ୍କର ୧୦ ହଜାରରୁ ଅଧିକ ଅନୁଗାମୀ ମଧ୍ୟ ରହିଛନ୍ତି। ସବୁ କିଛି ଠିକ୍‌ ଚାଲିଥିବା ବେଳେ ସେ କାହିଁକି ଆତ୍ମହତ୍ୟା କଲେ, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି।

ପୁଲିସ୍‌ କହିଛି ଯେ ଲୀନାଙ୍କ ମା’ କୌଣସି କାମରେ ବାହାରକୁ ଯାଇଥିଲେ। ଘରେ କେହି ନଥିବାରୁ ପାଠପଢ଼ିବା ପାଇଁ ସେ ଛାତକୁ ଯାଇଥିଲେ। ହେଲେ ଛାତ ଉପରେ ସେ ନିଜ ଓଢ଼ଣୀକୁ ବେକରେ ବାନ୍ଧି ଝୁଲି ପଡ଼ିଛନ୍ତି। ତାଙ୍କ ମା’ ପ୍ରାୟ ୩୦ ମିନିଟ ପରେ ଘରକୁ ଫେରିଥିଲେ। ଝିଅକୁ ଖୋଜାଖୋଜି କରି ନ ପାଇବାରୁ ଛାତକୁ ଯାଇଥିଲେ। ଏହି ସମୟରେ ଲୀନା ଝୁଲନ୍ତା ଅବସ୍ଥାରେ ରହିଥିଲେ। ଝିଅ କାଳେ ବଞ୍ଚିଛି, ସେହି ଆଶାରେ ସେ ତାଙ୍କୁ ତଳକୁ ଆଣି ହସ୍ପିଟାଲ ନେଇଥିଲେ। କିନ୍ତୁ ସେତେବେଳକୁ ଲୀନାଙ୍କ ମୃତ୍ୟୁ ହୋଇ ସାରିଥିଲା।

ପୁଲିସ୍‌ କହିଛି ଯେ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଘଟଣାସ୍ଥଳରୁ କୌଣସି ପ୍ରକାରର ସୁଇସାଇଡ ନୋଟ ମିଳିନି। ସେ କ’ଣ ପାଇଁ ଆତ୍ମହତ୍ୟା କଲେ, ତା’ର ତଦନ୍ତ କରାଯାଉଛି। ଲୀନାଙ୍କ ଫୋନ ମଧ୍ୟ ଜବତରାଯାଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.