ନିୟନ୍ତ୍ରଣ ହରାଇ ରାସ୍ତାକୁ ଖସିଲା ବାଇକ, ଚାଳକ ମୃତ

add-all

ନୟାଗଡ଼ : ଦ୍ରୁତ ଗତି ହେଲା ମହାବିପତ୍ତି । ବାଇକ ଚଳାଇ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକୁ ଖସିଲେ ଚାଳକ। ଉଦ୍ଧାର ପରେ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧୀନ କଣ୍ଟିଲୋ -ବାଣପୁର ମହାନଦୀ ମାଳବନ୍ଧ ରାସ୍ତାରେ ବାଇକ ଦୁର୍ଘଟଣାରେ ଜଣେ ମୃତ । ମୃତକ ଜଣକ ହେଲେ ଖଣ୍ଡପଡା ଥାନା ବଡ଼ ବାଣପୁର ଗ୍ରାମର ମହାଦେବ ସାହିର ଧର୍ମେନ୍ଦ୍ର ସାହୁ ।

ଧର୍ମେନ୍ଦ୍ର ଦ୍ରୁତ ଗତିରେ ଏକ ବାଇକ ଯୋଗେ ମାଳବନ୍ଧ ରାସ୍ତା ଦେଇ କଣ୍ଟିଲୋ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା ତଳକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ ଉଦ୍ଧାର କରାଯାଇ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗାଁରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ad-week
Leave A Reply

Your email address will not be published.