ଉଗ୍ର ହେଉଛି ୟୁକ୍ରେନ୍‌ ଯୁଦ୍ଧ: ହରାଇଥିବା ସହରକୁ ପୁନର୍ଦଖଲ କରିବା ପାଇଁ ରୁଷ୍‌ର ଉଦ୍ୟମ…

add-all

କିବ୍‌: ବୁଧବାର ପ୍ରତ୍ୟୁଷ ପର୍ଯ୍ୟନ୍ତ ଗତ ୨୪ ଘଣ୍ଟା ମଧ୍ୟରେ ରୁଷୀୟ ସେନା ୟୁକ୍ରେନୀୟ ନଗରୀ ଖେର୍ସନ୍‌ର ସାଧାରଣ ଜନତାଙ୍କ ଅଞ୍ଚଳକୁ ଲକ୍ଷ୍ୟ କରି ୩୩ଟି ରକେଟ୍‌ ନିକ୍ଷେପ କରିଥିବା କଥା ୟୁକ୍ରେନ୍‌ ସେନା କହିଛି।

ହରାଇଥିବା ସହରକୁ ପୁଣି ଥରେ ଅକ୍ତିଆର କରିବା ଲାଗି ସୀମାନ୍ତ ଅଞ୍ଚଳରେ ରୁଷ୍‌ ଅଧିକ ଟ୍ୟାଙ୍କ୍‌ ଓ ଯୁଦ୍ଧଯାନ ମୁତୟନ କରିବାରୁ ଲଢ଼େଇ ତୀବ୍ରତର ହେଉଛି ବୋଲି ମଧ୍ୟ ୟୁକ୍ରେନ୍‌ ସେନା ସୂଚନା ଦେଇଛି।

ୟୁକ୍ରେନ୍‌ ସଶସ୍ତ୍ର ସନୋର ‘ଜେନେରାଲ୍‌ ଷ୍ଟାଫ୍‌’ ସକାଳ ରିପୋର୍ଟରେ କହିଛନ୍ତି ଯେ, ଖେର୍ସନ୍‌ ନିକଟବର୍ତ୍ତୀ ଦିନିପ୍ରୋ ନଦୀର ଦକ୍ଷିଣ କୁଳରେ ଥିବା ଜନବହୁଳ ଅଞ୍ଚଳରେ ରୁଷୀୟ ସେନା ‘ମୋର୍ଟାର୍‌’ ଓ ‘ଆର୍ଟିଲେରି’ଦ୍ବାରା (ବୋମା) ଆକ୍ରମଣ ଚଳାଇଛନ୍ତି।
କିନ୍ତୁ, ସାଧାରଣ ନାଗରିକମାନଙ୍କୁ ଆକ୍ରମଣ କରିଥିବା କଥାକୁ ରୁଷ୍ ଅସ୍ବୀକାର କରିଛି।
ଉଲ୍ଲେଖଯୋଗ୍ୟ, ୧୧ ମାସର ଯୁଦ୍ଧରେ ରୁଷ୍‌ର ସଫଳତା ଥିଲା ୟୁକ୍ରେନ୍‌ର ଖେର୍ସନ୍‌ ନଗରୀ ବିଜୟ। କିନ୍ତୁ, ଗତ ମାସରେ ରୁଷ୍‌ ସେନା ଖେର୍ସନ ନଗରୀ ଛାଡ଼ି ଚାଲିଯିବା ପରେ ତାହା ପୁଣି ୟୁକ୍ରେନ୍‌ ନିୟନ୍ତ୍ରଣକୁ ଚାଲିଯାଇଥିଲା। ଡାଡ଼ଭଙ୍ଗା ଶୀତ ଓ ଖରାପ ପାଗ ଯୋଗୁଁ ଏବେ ଯୁଦ୍ଧ ଅତି ମନ୍ଥର ଗତିରେ ଚାଲିଛି।

ୟୁକ୍ରେନୀୟ ସେନା ବିଶ୍ଳେଷଣକାରୀ ଓଲେହ୍‌ ଝଦାନୋଭ୍‌ କହିଛନ୍ତି, ସୀମାନ୍ତରେ ଖୁବ୍‌ ସ୍ବଳ୍ପ ପରିବର୍ତ୍ତନ କରାଯାଇଛି। କିନ୍ତୁ, ସୈନ୍ୟସଂଖ୍ୟା ଓ ପ୍ରକାର ଏବଂ ଯୁଦ୍ଧ ଉପ‌କରଣ ଦୃଷ୍ଟିରୁ ଶତ୍ରୁ ପକ୍ଷରୁ ଚାପ ତୀବ୍ରତର କରାଯାଇଛି। ରୁଷ୍‌ ଯୁଦ୍ଧଯାନ ଓ କମାଣ ଆଦି ମୁତୟନ କରିବାରୁ ରୁଷ୍‌ ସହିତ ଲଢ଼େଇ ତୀବ୍ରତର ହୋଇଛି।

ad-week
Leave A Reply

Your email address will not be published.