କୋଭିଡ୍‌ ମକ୍‌ ଡ୍ରିଲ୍‌ ବେଳେ ଶୀତରେ ଥରୁଥିବା ରୋଗୀଙ୍କୁ ନିଜ ଜ୍ୟାକେଟ୍‌ ଦେଇଦେଲେ ଉତ୍ତର ପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ…

add-all

ଲକ୍ଷ୍ନୌ: ଲକ୍ଷ୍ନୌର ବଳରାମ ହସ୍ପିଟାଲ୍‌ରେ ଶୀତରେ ଥରି ଥରି ଡାକ୍ତରଙ୍କୁ ଭେଟିବା ପାଇଁ ଅପେକ୍ଷା କରିଥିବା ଜଣେ ରୋଗୀଙ୍କୁ ଉତ୍ତର ପ୍ରଦେଶର ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ନିଜ ଭେଷ୍ଟ୍‌-ଜ୍ୟାକେଟ୍‌ ଦେଇ ଦେଇଛନ୍ତି।
ରାଜ୍ୟରେ ଚାଲିଥିବା କୋଭିଡ୍‌-୧୯ ମକ୍‌ ଡ୍ରିଲ୍‌ ତଦାରଖ କରିବା ନିମନ୍ତେ ମଙ୍ଗଳବାର ଦିନ ଉପ-ମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ବଳରାମପୁର ଡାକ୍ତରଖାନାରେ ପହଞ୍ଚି ଥିଲେ।
ଡାକ୍ତରଖାନାର ସୁପର୍‌ସ୍ପେସିଆଲିଟି ପ୍ରତୀକ୍ଷାଗାର ଅଞ୍ଚଳ ଦେଇ ଯାଉଥିବା ବେଳେ ଖଣ୍ଡେ ଟି-ସାର୍ଟ ପିନ୍ଧି ଶୀତରେ ଥରୁଥିବା ଉକ୍ତ ଯୁବକଙ୍କୁ ଦେଖିଥିଲେ। ତୁରନ୍ତ ପାଠକ ତାଙ୍କ ‘ସାଦ୍‌ରି’ (ଭେଷ୍ଟ୍‌-ଜ୍ୟାକେଟ୍) ଓହ୍ଲାଇ ପକାଇ ଖୁଦ୍‌ରି ବଜାର ଅଞ୍ଚଳର ବନ୍‌ୱାରି ନାମକ ସେ ଯୁବକଙ୍କୁ ପ୍ରଦାନ କରିଥିଲେ।
ମକ୍‌-ଡ୍ରିଲ୍‌ ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କଲା ବେଳେ ଉପ-ମୁଖ୍ୟମନ୍ତ୍ରୀ ପାଠକ କହିଲେ ଯେ, ମକ୍‌ ଡ୍ରିଲ୍‌ରେ କିଛି ତ୍ରୁଟିବିଚ୍ୟୁତି ଦେଖା ଦେଇଛି। ସେଗୁଡ଼ିକୁ ସୁଧରାଯାଇ ପାରିବ। ସପ୍ତାହକ ପରେ ପୁଣି ଥରେ ମକ୍‌ ଡ୍ରିଲ୍‌ କରାଯିବ।

ରାଜ୍ୟରେ ମକ୍‌ ଡ୍ରିଲ୍‌ ଚାଲୁଥିବା ବେଳେ ଅନ୍ୟୂନ ଜଣେ ବରିଷ୍ଠ ସରକାରୀ ଅଧିକାରୀ, ବିଧାୟକ ଅଥବା ମନ୍ତ୍ରୀ ଉପସ୍ଥିତ ରହୁଛନ୍ତି। କୋଭିଡ୍‌-୧୯ ସଂକ୍ରମଣ ଅନ୍ୟାନ୍ୟ ଦେଶମାନଙ୍କରେ ବୃଦ୍ଧି ପାଉଛି। ଏବେ ଉତ୍ତର ପ୍ରଦେଶରେ ଏଥିପାଇଁ ଭୟଭୀତ ହେବାର କାରଣ ନାହିଁ।
ଆଗ୍ରାରେ ଜଣେ ରୋଗୀ କୋଭିଡ୍‌-୧୯ ପଜିଟିଭ୍‌ ବାହାରିଥିବା ସୂଚନା ପାଇଛୁ। ତାଙ୍କ ନମୁନା ‘ଜିନୋମ୍‌’ ଟେଷ୍ଟିଙ୍ଗ୍‌ ନିମନ୍ତେ ପଠାଯାଇଛି। ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବାରୁ ଚିନ୍ତା କରନ୍ତୁ ନାହିଁ। ଉକ୍ତ ରୋଗୀଙ୍କୁ ଘରେ ଏକାନ୍ତବାସରେ ରଖାଯାଇଛି।

ad-week
Leave A Reply

Your email address will not be published.