ପୁଣି ଗିରଫ ହେଲେ ଟିଏମସି ମୁଖପାତ୍ର ସାକେତ ଗୋଖଲେ…

add-all

ଗାନ୍ଧିନଗର: ପୁଣିଥରେ ଟିଏମସିର ମୁଖପାତ୍ର ସାକେତ ଗୋଖଲେଙ୍କୁ ଗିରଫ କରିଛି ଗୁଜରାଟ ପୁଲିସ୍‌। ଗୁରୁବାର ବିଳମ୍ବିତ ରାତିରେ ଗୁଜରାଟ ପୁଲିସ୍‌ ସାକେତଙ୍କୁ ଦିଲ୍ଲୀରୁ ଗରିଫ କରିଥିବା ଜଣାପଡ଼ିଛି। କ୍ରାଉଡଫଣ୍ଡିଂ ଜରିଆରେ ସେ ସଂଗ୍ରହ କରିଥିବା ଅର୍ଥକୁ ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏଥିପାଇଁ ଗୁଜରାଟ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସାକେତ ଗୋଖଲେଙ୍କୁ ଗୁରୁବାର ବିଳମ୍ବିତ ରାତିରେ ଅହମଦାବାଦ ସାଇବର କ୍ରାଇମବ୍ରାଞ୍ଚର ସ୍ୱତନ୍ତ୍ର ଟିମ ଗିରଫ କରିଛି। ତାଙ୍କୁ ଏବେ ଅନ୍ୟ ଆଇନଗତ ପ୍ରକ୍ରିୟା ପାଇଁ ଏଠାକୁ ଅଣାଯାଉଛି। ସେ ପୁଲିସ୍‌ ଟିମ ସହ ଶୁକ୍ରବାର ଅପରାହ୍ନ ସୁଦ୍ଧା ଗୁଜରାଟରେ ପହଞ୍ଚିବେ।

ଏହାପୂର୍ବରୁ ଡିସେମ୍ବର ୬ରେ ସାଇବର କ୍ରାଇମବ୍ରାଞ୍ଚ ସାକେତଙ୍କୁ ମିଥ୍ୟା ଖବର ପ୍ରଚାର କରିବା ଅଭିଯୋଗରେ ଗିରଫ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର୍ବି ଝୁଲା ପୋଲ ଭୁଶୁଡ଼ିବା ପରେ ସେଠାକୁ ଯାଇଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି, ତା’ର ମିଥ୍ୟା ଖବରକୁ ସାକେତ ଭାଇରାଲ କରିଥିଲେ। ଡିସେମ୍ବର ୧ରେ ସେ ଭିଡିଓକୁ ଶେୟାର କରି ମୋଦିଙ୍କ ଗସ୍ତରେ ୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଦାବି କରିଥିଲେ।

ବିବାଦ ବଢ଼ିବାରୁ ତାଙ୍କୁ ପ୍ରଥମେ ସାଇବର କ୍ରାଇମବ୍ରାଞ୍ଚ ୬ରେ ଗିରଫ କରିଥିଲା। ତାଙ୍କୁ ପରବର୍ତ୍ତୀ ଅବସ୍ଥାରେ ଜାମିନ ମିଳିଥିଲେ ମଧ୍ୟ ୮ ତାରିଖରେ ସମାନ ଘଟଣା ପାଇଁ ମୋର୍ବି ପୁଲିସ୍‌ ତାଙ୍କୁ ଗିରଫ କରିଥିଲା। ୯ ତାରିଖରେ ସେ ପୁଣି ଜାମିନ ପାଇଥିଲେ।

ad-week
Leave A Reply

Your email address will not be published.