୧୫ଜଣଙ୍କୁ ନେଇ ଯାଉଥିବା ଡଙ୍ଗା ମଝି ନଦୀରେ ବୁଡ଼ିଗଲା, ୭ ନିଖୋଜ…

add-all

ନୂଆଦିଲ୍ଲୀ: ବିହାରର ରାଜଧାନୀ ପାଟନାରେ ଶୁକ୍ରବାର ଏକ ବଡ଼ଧରଣ ଦୁର୍ଘଟଣା ଘଟିଛି। ପାଟନାର ମନେର ମହାବୀର ଟୋଲା ଗଙ୍ଗା ନଦୀ ଘାଟରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ଭାରସାମ୍ୟ ହରାଇ ନଦୀକୁ ଓଲଟି ପଡ଼ିଥିଲା। ଫଳରେ ଏହି ଡଙ୍ଗାରେ ବସି ଯାତ୍ରା କରୁଥିବା ୧୫ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣ ନିଖୋଜ ରହିଥିବା ସୂଚନା ମିଳିଛି।

ଏହି ଦୁର୍ଘଟଣା ସମ୍ପର୍କରେ ଖବର ପାଇ ମନେର ପୁଲିସ ସମତେ ଏନଡିଆରଏଫ ଟିମ୍ ଓ ଅନେକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରଖାଯାଇଛି।।

ସୂଚନାଯୋଗ୍ୟ, ବିହାରର ପଟନା ଜିଲ୍ଲାର ମନେରରେ ଗଙ୍ଗା ନଦୀରେ ଏକ ଡଙ୍ଗା ୧୫ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗା ମଝି ନଦୀରେ ଓଲଟି ପଡ଼ିଥିଲା। ଏହାପରେ ଡଙ୍ଗାରେ ବସିଥିବା ଯାତ୍ରୀ ଗୋଟିଏ ପରେ ଗୋଟିଏ ନଦୀରେ ବୁଡ଼ିବାକୁ ଲାଗିଥିଲେ। ଏହି ଡଙ୍ଗା ବୁଡ଼ିରେ ୭ଜଣ ଯାତ୍ରୀ ଏଯାବତ ନିଖୋଜ ରହିଥିବା ବେଳେ ଅନ୍ୟମାନେ କଳେବଳେ କୌଶଳେ କୂଳକୁ ପହଁରିପହଁରି ଚାଲି ଆସିଥିଲେ। ଏବେ ବି ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ad-week
Leave A Reply

Your email address will not be published.