ପାଟଣା: ପାଟଣା ବଜାର ଅଞ୍ଚଳରେ ଆଜି ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ତମାଖୁ ଜାତ ଦ୍ରବ୍ୟ ଉପରେ ଚଢ଼ାଉ ମିଳିତ ଚଢାଉ କରାଯାଇଥିଲା। ପାଟଣା ଥାନାରୁ ଏଏସଆଇ ବିଜୟ କୁମାର ଗିରି, ହାବିଲଦାର ରମେଶ ଚନ୍ଦ୍ର ନାଏକ, କେନ୍ଦୁଝରରୁ ତମାଖୁ ନିୟନ୍ତ୍ରଣ ଅଧିକାରୀ ସୁଜାତା କବି, ଖାଦ୍ୟ ସୁରକ୍ଷା ଅଧିକାରୀ ଜିତେନ୍ଦ୍ର କୁମାର ମହାନ୍ତ, ପାଟଣା ଅବକାରୀ ଥାନା ଅଧିକାରୀ ଶରତ ଚନ୍ଦ୍ର ବାରିକ ପ୍ରମୁଖ ପାଟଣା ବଜାର ଅଞ୍ଚଳର ୨୨ଟି ଦୋକାନରେ ଚଢ଼ାଉ କରି ଗୁଟୁଖା, ଖଇନି ଆଦି ବିଭିନ୍ନ ପ୍ରକାରର ତମାଖୁ ଜାତୀୟ ମାଦକ ଦ୍ରଵ୍ୟ ଜବଦ କରିବା ସହ ୨୨ଟି ଦୋକାନି ମାନଙ୍କୁ ୪ ହଜାର ୫ ଶହ ଟଙ୍କା ଜୋରିମାନା କରିଥିବା ଜଣାପଡିଛି।
