ପିଲା ଚୋରୀ ଅଭିଯୋଗ: ୨ ଜଣଙ୍କୁ ନିସ୍ତୁକ ମାଡ, ଦୁଇ ଥାନାରେ ଅଟକ…

add-all

ଗୁଣୁପୁର: ଗୁଣପୁର ପୌର ପରିଷଦ ଅନ୍ତର୍ଗତ ୧୧ ନମ୍ଵର୍ ୱାର୍ଡ଼ ତଥା ପୁରୁଣା ଗୁଣୁପୁର ଠାରେ ଗତ କାଲି ରାତିରେ ଦୁଇ ଜଣ ଅଜଣା ବ୍ୟକ୍ତି ପିଲା ଚୋର କରୁଥିବା ବେଳେ ଗ୍ରାମବାସୀ ଧରି ନିସ୍ତୁକ ମାଡ ମାରିବା ସହ ପୁଲିସକୁ ହସ୍ତାନ୍ତର କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଦୁଇ ବ୍ୟକ୍ତିଙ୍କ ସହ ଆଉ ଦୁଇ ଜଣ ମିଶି ପୂରୁଣା ଗୁଣୁପୁର ଠାରେ ଏକ ଭଡ଼ାଘରେ ରହୁଥିଲେ। ଗତ କାଲି ରାତ୍ର ୮ ଘଣ୍ଟା ସମୟରେ ଦୁଇ ଜଣ ଶିଶୁକୁ ମଟର ସାଇକେଲରେ ବସାଇ ନେଇଯିବା ପାଇଁ ଉଦ୍ୟମ କରୁଥିବା ବେଳେ ପିଲାଟିର ମା’ ଦେଖି ଚିକ୍ତାର କରିଥିଲେ ଫଳରେ ଗ୍ରାମବାସୀ ଦୁଇ ଜଣଙ୍କୁ କାବୁ କରିଥିଲେ।

ଏ ନେଇ ଗୁଣୁପୁର ଥାନା ଅଧିକାରୀ ନୀଳାମ୍ବର ଜାନି କହିଛନ୍ତି ଯେ ସମ୍ପୃକ୍ତ ଦୁଇ ଜଣ ଉତ୍ତରପ୍ରଦେଶର ବାସିନ୍ଦା ଅଟନ୍ତି। ସେମାନେ ମଟର ସାଇକେଲ ଯୋଗେ ସାହି ସାହି ବୁଲି ଗ୍ୟାସ୍ ଚୁଲା, ଷ୍ଟଭ୍ ଓ ଗ୍ୟାସ୍ ଲାଇଟ୍ ମରାମତି କରିଥାନ୍ତି। ସେମାନଙ୍କୁ ଘରଭଡା ଦେବା ପୂର୍ବରୁ ଥାନାକୁ ଜଣାଇବା ଆବଶ୍ୟକ ବୋଲି କହିଛନ୍ତି। ଲୋକେ ସତର୍କ ଓ ସଚେତନତା ହେବା ଆବଶ୍ୟକ ବୋଲି କହିଛନ୍ତି। ଏହି ଦୁଇଜଣକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ad-week
Leave A Reply

Your email address will not be published.