ନୂଆବର୍ଷରେ ୨ଡିଗ୍ରୀ ଖସିବ ପାରଦ…

add-all

ଭୁବନେଶ୍ବର: ରାଜ୍ୟର ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଇଛି। ଗତ କିଛି ଦିନ ହେବ ରାଜ୍ୟରେ ଅସ୍ବାଭାବିକ ଭାବେ ରାତି ତାପମାତ୍ରା ବୃଦ୍ଧି ପାଉଥିଲା। ଦିନ ତାପମାତ୍ରା ବି ବଢ଼ୁଥିଲା। ଉପକୂଳ ଓଡ଼ିଶା ସହ ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାର ପ୍ରାୟ ଅଞ୍ଚଳରେ ରାତିରେ ଗରମ ଅନୁଭୂତ ହେଉଥିଲା; କିନ୍ତୁ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ତଳକୁ ଖସିଛି। ସନ୍ଧ୍ୟା ଓ ସକାଳୁ ଶୀତ ପଡୁଛି।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାତି ତାପମାତ୍ରା ୨ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ଥିବାରୁ ଇଂରାଜୀ ନୂଆବର୍ଷ ଦିନ ଶୀତ ଅନୁଭୂତ ହେବ। ପରବର୍ତ୍ତୀ ୩ରୁ ୪ଦିନ ପୁଣି ରାତି ତାପମାତ୍ରା ବୃଦ୍ଧି ପାଇବ। ସମତଳ ଓ ପାହାଡ଼ିଆ ଅଞ୍ଚଳଗୁଡିକ‌େ‌ର ସର୍ବନିମ୍ନ ତାପମାତ୍ରା ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ସମ୍ଭାବନା ରହିଛି। ଶୁକ୍ରବାର ଜି.ଉଦୟଗିରିରେ ପାରଦ ୬ଡିଗ୍ରୀ ରେକର୍ଡ ହୋଇଥିବାବେଳେ କିରେଇ ୭.୮ଡିଗ୍ରୀ ଏବଂ ଫୁଲବାଣୀରେ ୮ଡିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ବର ୧୬.୧ ଡିଗ୍ରୀ ଓ କଟକରେ ୧୫.୫ ଡିଗ୍ରୀକୁ ହ୍ରାସ ପାଇଛି। ଶୁକ୍ରବାର ସକାଳେ ଗୋପାଳପୁର ଅଞ୍ଚଳରେ ଘନ କୁହୁଡ଼ି ପଡ଼ିଥିବା ବେଳେ କଟକ, ପାରଳାଖେମୁଣ୍ଡି ଏବଂ ଭବାନୀପାଟଣାରେ ହାଲୁକା କୁହୁଡ଼ି ଦୃଶ୍ୟମାନ ହୋଇଛି।

ad-week
Leave A Reply

Your email address will not be published.