ଆତଙ୍କୀ ଆମୀର ଖାନର ସମ୍ପତ୍ତି ଉପରେ ଚାଲିଲା ବୁଲଡୋଜର…

add-all

ଶ୍ରୀନଗର: ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଆମୀର ଖାନର ଘର ଚାରି ପାଖରେ ଥିବା ବିରାଟ ପାଚେରୀ ଉପରେ ଚାଲିଛି ବୁଲଡୋଜର। ଜମ୍ମୁ-କଶ୍ମୀରର ପାଲଗାମ ଅନ୍ତର୍ଗତ ଲେୱର ଗାଁରେ ଥିବା ଆମୀରର ଗୋଟେ ତାଲା ବିଲଡିଂକୁ ଗୋଟିଏ ଘେରି ରହିଥିବା ବିରାଟ ପାଚେରୀକୁ ପ୍ରଶାସନ ମାଟିରେ ମିଶାଇ ଦେଇଛି।

ଆମୀର ଖାନ ଓରଫ ଗୁଲାମନବୀ ଖାନ ହିଜବୁଲର ଟପ୍‌ ଅପରେସନାଲ କମାଣ୍ଡ ଭାବେ କାର୍ଯ୍ୟ କରୁଛି। ୧୯୯୦ ମସିହାରୁ ସେ ଭାରତ ସୀମା ଡେଇଁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)କୁ ଚାଲି ଯାଇଥିଲା। ସେଠାରେ ରହି ସେ ଭାରତରେ ତା’ର ଆତଙ୍କୀ ନେଟୱର୍କକୁ ଚଳାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସେ ଭାରତ ବିରୋଧରେ କାମ କରିବା ସହ ସରକାରୀ ଜମିରେ ପାଚେରୀ ତିଆରି କରିଥିଲା। ତେଣୁ ଆଜି ତା’ ଘର ଚାରିପାଖରେ ଥିବା ପାଚେରୀକୁ ପ୍ରଶାସନ ବୁଲଡୋଜର ଦ୍ୱାରା ମାଟିରେ ମିଶାଇ ଦେଇଛି। ପୁଲିସ୍‌ ଓ ପ୍ରଶାସନର ମିଳିତ ଅପରେସନରେ ଆମୀରର ପାଚେରୀ ଭଙ୍ଗା ଯାଇଥିବା ବେଳେ ମାଜିଷ୍ଟ୍ରେଟ ମଧ୍ୟ ଉପସ୍ଥିତ ରହିଥିଲେ।

ପରବର୍ତ୍ତୀ ଅବସ୍ଥାରେ କାଗଜପତ୍ର ଯାଞ୍ଚ କରିବା ପରେ ଆମୀର ବିଲଡିଂ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି। ଏଥିସହ ଉପତ୍ୟାକାରେ ଆତଙ୍କବାଦୀମାନଙ୍କ ଦମ୍ଭ ଭାଙ୍ଗି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଶାସନ ଏପରି ପଦକ୍ଷେପ ନେଇଥିବା କୁହଯାଉଛି।

ad-week
Leave A Reply

Your email address will not be published.