ବିଜେପିର ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଲା ମହିଳାଙ୍କ ଗଳିତ ଶବ…

add-all

ମୁମ୍ବାଇ: ଜଣେ ମହିଳାଙ୍କ ଅଧା ପୋତା ଗଳିତ ଶବ ମହାରାଷ୍ଟ୍ରର ସତାରାରେ ଥିବା ବିଜେପି ପୂର୍ବତନ ବିଧାୟକଙ୍କ ବଙ୍ଗଳା ପଛରୁ ମିଳିଛି। କେହି ମହିଳାଙ୍କୁ ହତ୍ୟା କରି ବଙ୍ଗଳା ପଛରେ ଥିବା ମାଟି ଗଦାରେ ପୋତି ଦେଇଥିବା ପୁଲିସ୍‌ ସନ୍ଦେହ କରୁଛି। ଶବଟି ପୋଚି ଯାଇଥିବାରୁ ମହିଳାଙ୍କୁ ଚିହ୍ନଟ କରାଯାଇ ପାରିନି। ସେହିପରି ତାଙ୍କୁ କେବେ ହତ୍ୟା କରାଯାଇଥିଲା, ତାହା ମଧ୍ୟ ସ୍ପଷ୍ଟ ହୋଇନି।

ପୁଲିସ କହିଛି, ସତାରାର ୱାଡେ ଗାଁରେ ବିଜେପିର ପୂର୍ବତନ ବିଧାୟକ କାନ୍ତାତାଇ ନାଲାୱାଡେଙ୍କ ବଙ୍ଗଳା ରହିଛି। ତେବେ ଏଠାରେ କେହି ରୁହନ୍ତ ନାହିଁ। ଏହାର ସୁଯୋଗ ନେଇ କେହି ମହିଳାଙ୍କୁ ହତ୍ୟା କରିବା ପରେ ପଛ ପଟେ ଥିବା ପରିତ୍ୟକ୍ତ ମାଟି ଗଦାରେ ଫଙ୍ଗି ଦେଇଥାଇ ପାରେ। ଏବେ ଉକ୍ତ ଅଞ୍ଚଳରେ ସଫେଇ କାମ କରାଯାଉଥିବା ବେଳେ ମହିଳାଙ୍କ ଗଳିତ ଶବ ଉଦ୍ଧାର ହୋଇଛି।

ଶବ ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଶତାଧିକ ଲୋକ ଘଟଣାସ୍ଥଳକୁ ଯାଇ ମୃତଦେହକୁ ଦେଖି ମହିଳାଙ୍କୁ ଚିହ୍ନଟ ପାଇଁ ପ୍ରୟାସ କରିଥିଲେ। ତେବେ ଏଯାଏ ପୁଲିସ୍‌ ମହିଳାଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ପାଇନି। ପୁଲିସ ଶବକୁ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି। ରିପୋର୍ଟ ମିଳିବା ପରେ ତଦନ୍ତର ଦିଗ ଆଗକୁ ବଢ଼ିବ ବୋଲି ସୂଚନା ମିଳିଛି।

ad-week
Leave A Reply

Your email address will not be published.