ନୂଆବର୍ଷରେ ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଭୁବନେଶ୍ୱର ଡିସିପି…

add-all

ଭୁବନେଶ୍ୱର: ରାତିପାହିଲେ ନୂଆ ବର୍ଷ। ଏହି ନୂଆବର୍ଷ ସେଲିବ୍ରେସନ ଭୁବନେଶ୍ୱରବାସୀ କିପରି ନରାପତା ଭାବେ କରିବେ ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଭିଡିଓ ବାର୍ତ୍ତା ଦେଇ ସଚେତନ କରିଛନ୍ତି। ସେ କହିଛନ୍ତି, ନୂଆବର୍ଷ ସେଲିବ୍ରେସନ ବେଳେ ଟ୍ରାଫିକ୍ ନିୟମ ମାନନ୍ତୁ। ମଦ ନିଶାରେ ଗାଡ଼ି ଚଲାନ୍ତୁ ନାହିଁ। ୫୦ କିମିରୁ ଅଧିକ ବେଗରେ  ଗାଡ଼ି ଚଲାନ୍ତୁ ନାହିଁ। ପାର୍ଟିକୁ ଯାଉଥିଲେ ସାଥିରେ ଡ୍ରାଇଭର ନେଇକି ଯାଆନ୍ତୁ।

ଡିସିପି ଆହୁରି କହିଛନ୍ତି,  ନୂଆବର୍ଷ ପାଇଁ ବିଭିନ୍ନ ସ୍ଥାନରେ ଚେକିଂ କରାଯିବ। ନୋ ପାର୍କିଂ ଜୋନ୍‌ରେ ଗାଡ଼ି ରଖନ୍ତୁ ନାହିଁ। କେହି ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ନୂଆ ବର୍ଷକୁ ସ୍ୱାଗତ ଲାଗି ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି। ନାଚ ଗୀତ ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଭିତରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ବିଭିନ୍ନ କ୍ଲବ୍ ଏବଂ ହୋଟେଲରେ ହେଉଛି ବଡ଼ ଆୟୋଜନ। ସଭିଏଁ ଜିରୋ ନାଇଟ୍ ସେଲିବ୍ରେସନକୁ ଅପେକ୍ଷା କରିଛନ୍ତି। ଚିକ୍‌ମିକ୍ ଆଲୋକରେ ହୋଟେଲକୁ ସଜାଯାଇଛି। ଆଉ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଲାଣି ଷ୍ଟେଜ୍। ଖାଲି ମନୋରଂଜନ କାର୍ଯ୍ୟକ୍ରମ କାହିଁକି, ସହରର ବିଭିନ୍ନ କ୍ଲବ ଓ ହୋଟେଲରେ ସୁସ୍ୱାଦୁ ଖାଦ୍ୟପେୟର ବ୍ୟବସ୍ଥା ବି କରାଯାଇଛି।

ad-week
Leave A Reply

Your email address will not be published.