ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବିପତ୍ର
ବ୍ରହ୍ମପୁର : ଦୀର୍ଘ 47ଦିନରୁ ଟ୍ରେନ ଧକ୍କାରେ ଗୁରୁତର ଆହତ ହୋଇ ଲାଞ୍ଜିପଲ୍ଲୀ ରାମ ନଗର ରେଳବାଇ କଲୋନୀଠାରେ ପଡିରହିଥିବା ଗୋଟିଏ ଗର୍ଭବତୀ ଗାଈଟିର ଚିକିତ୍ସା ସେବାପାଇଁ ସ୍ଥାନୀୟ ଅଂଚଳବାସୀ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୂଚନା ଯୋଗ୍ୟ ଯେ,ଟ୍ରେନ ଧକ୍କାରେ ଗାଇଟିର ଗୁରୁତର ଅବସ୍ଥା ଦେଖି ସ୍ଥାନୀୟ ଅଂଚଳବାସୀ ଗାଈଟିର ସେବା ସୁଶ୍ରୁଷା କରୁଛନ୍ତି ସତ ହେଲେ ପଶୁ ଚିକିତ୍ସାଳୟ ପକ୍ଷରୁ ଗାଈ ଟିକୁ ଛିଡା କରିବାପାଇଁ ନିହାତି ଆବଶ୍ୟକ ପୁଲର ମେସିନ ଦିଆଯାଇପାରିଲାନାହିଁ କି ନିୟମିତ ଚିକିତ୍ସା କରାଯାଉନାହିଁ l ବାରମ୍ବାର କହିବାପାରେ ବି ଗାଈଟି ଦୀର୍ଘଦିନରୁ ଶୀତ କାକରରେ ଅସହାୟ ଅବସ୍ଥାରେ ପଡ଼ିଥିଲେ ସୁଦ୍ଧା ତାକୁ ଚିକିତ୍ସାଳୟକୁ ନିଆଯାଉନାହିଁ l ସଠିକ ଚିକିତ୍ସା ଅଭାବରୁ ସଂକ୍ରମଣ ହୋଇପଡିବାରୁ ତାକୁ ବ୍ରହ୍ମପୁର ପଶୁ ଚିକିତ୍ସାଳୟରେ କୌଣସି ଡାକ୍ତର ଚିକିତ୍ସା କଲେ ନାହିଁ, ହତାଶ ହୋଇ ଅଞ୍ଚଳବାସୀ ନିଜସ୍ୱ ଗାଡି ଭଡା କରି ଗାଈ ଟିକୁ ହିଞ୍ଜିଳିକାଟୁ ଚିକିତ୍ସାଳୟକୁ ନେଇ ଚିକିତ୍ସା କଲେ l ଏଣୁ ବ୍ରହ୍ମପୁର ଚିକିତ୍ସାଳୟରେ ନିୟୋଜିତ ଡା. ବିଭୁ ପଣ୍ଡା ଓ ଆମ୍ବୁଲାନ୍ସରେ ନିୟୋଜିତ ଡା. ବ୍ରତଚାରି ଷଡ଼ଙ୍ଗୀଙ୍କ ଚରମ ଅବହେଳା ପାଇଁ ପ୍ରବଳ ଜନ ଅସନ୍ତୋଷ ସୃଷ୍ଟି ହୋଇଛି l ପଶୁ ଜନ୍ତୁ ଙ୍କୁ ସାଲାଇନ, ଇଞ୍ଜେକ୍ସନ ଦେବା ମଧ୍ୟ ଏହି ଡାକ୍ତର ଦ୍ବୟ ଜାଣିନାହାନ୍ତି l ଏ ପ୍ରକାର ଦାୟିତ୍ୱହୀନ ଓ କର୍ତ୍ତବ୍ୟରେ ଚରମ ଅବହେଳା କରୁଥିବା ଏହି ଦୁଇଙ୍କ ବିରୁଦ୍ଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ନେବା ସହ ଇନଡୋର ବିଭାଗ ଖୋଲିବା, ରାତ୍ରି କାଳୀନ ସେବା ଯୋଗାଇବା, ଦୁର୍ଘଟଣାରେ ଆହତ ଗାଈ ଗୋରୁଙ୍କୁ ଅଣଦେଖା ଓ ଅବହେଳା କରୁଥିବା ଗାଈ ମାଲିକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା, ଜନବସତି ନିକଟବର୍ତ୍ତୀ ରେଳବାଇ ଟ୍ରାକ ର ଉଭୟ ପାର୍ଶ୍ଵରେ ସୁରକ୍ଷା ପାଇଁ ତାର ଜାଲୀ ବେଡିବା, ଜୀବ ଜନ୍ତୁଙ୍କ ପ୍ରତି ହେଉଥିବା ନିଷ୍ଠୁରତା ଓ ସେମାନଙ୍କୁ ନ୍ୟାୟ ଦେବାପାଇଁ ଉଦ୍ଧିଷ୍ଟ ଏସ.ପି.ସି.ଏ କମିଟିକୁ ଗଞ୍ଜାମ ଜିଲ୍ଲାରେ ସକ୍ରିୟ କାର୍ଯ୍ୟକାରୀ କରାଯିବା ଆଦି ଦାବି ନେଇ ଆଜି ବ୍ରହ୍ମପୁର ଡେପୁଟି କଲେକ୍ଟର ଶୁଭଶ୍ରୀ ରଥଙ୍କ ସହ ମାନବ ଅଧିକାର ସୁରକ୍ଷା ମଞ୍ଚର ନେତା ମନୋଜ କୁମାର ତରାଇ, ବଂଶୀଧର ଭୂୟାଁ, ବିଜୟ ଚନ୍ଦ୍ର ବିଶୋଇ, ବି. ରାମ ବାବୁ,ସୁରେନ୍ଦ୍ର ନାଥ ପଣ୍ଡା,ପ୍ରଶାନ୍ତ କୁମାର ପଣ୍ଡା, ମାଗୁଣି ନାହାକ, ଏସ. ସlମ୍ବଶିବା ରାଓ, ହୃଷିକେଶ ପାତ୍ର,ଯୁବ ନେତା ସ୍ମୃତି ରଞ୍ଜନ ତରାଇ,ରୋନାଲି ପାଣିଗ୍ରାହୀ, ବିଷ୍ଣୁ ପ୍ରିୟା ପାତ୍ର ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବି. କୋକିଲା ବାଣୀ, ବି. ବିଜୟ କୁମାର, ବି. ଗୁନାଲ, ଆଇନଜୀବି ଅବନୀ ଗୟା ପ୍ରମୁଖ ଉପସ୍ଥିତ ଥିଲେ l
