ଟ୍ରକ୍‌ ପଛରେ ପିଟି ହେଲା ପିସିଆର୍ ଭ୍ୟାନ୍‌!

add-all

ସମ୍ବଲପୁର : ନୂଆ ବର୍ଷରେ ଦୁର୍ଘଟଣା। ଏକ ଟ୍ରକ୍ ପଛରେ ପିସିଆର୍ ଭ୍ୟାନ୍ ପିଟି ହେବାରୁ ୩ ଜଣ ପୁଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବଲପୁର ସହରର ଅଇଁଠାପାଲି ଛକରେ ରବିବାର ଭୋରରେ ଘଟିଛି ଏହି ଦୁର୍ଘଟଣା।

ଏହି ଦୁର୍ଘଟଣାରେ ଅଇଁଠାପାଲି ଥାନାର ଏହି ପିସିଆର ଭ୍ୟାନ୍‌ଟି ସଂପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ବେଳେ ଏଥିରେ ମୋଟ ୪ ଜଣ ପୁଲିସ୍ କର୍ମଚାରୀ ଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଯେ ପିସିଆର୍ ଭ୍ୟାନ୍‌ଟି ଟ୍ରକ୍‌କୁ ଧକ୍କା ଦେଇଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ବି ସେମିତି ଲାଗୁଛି। କିନ୍ତୁ ପୁଲିସ୍ ପକ୍ଷରୁ ଏନେଇ କିଛି କୁହାଯାଇ ନାହିଁ।

ad-week
Leave A Reply

Your email address will not be published.