
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ଗଣ୍ଡଗାଁର ଜିଏନ ଏମ ଛାତ୍ରୀ ଗତ ଡିସେମ୍ବର ୯ତାରିଖ ରୁ ଘରକୁ ଯିବାକୁ କହି କେଉଁ ଆଡେ ନିଖୋଜ ଅଛନ୍ତି।ସୂଚନାଯୋଗ୍ୟ ଯେ ଆଶାମୟୀ ମୁଖି ବୟସ ୧୯ବର୍ଷ ବାପା ଶରତ ଚନ୍ଦ୍ର ମୁଖି ଘର ଗଣ୍ଡଗାଁ ଟିକାବାଲି ଗତ ଦୁଇ ବର୍ଷ ହେଲା ଗୁଡ୍ରିସାହି ଖଜୁରୀପଡା ଜିଏନ ଏମ କେନ୍ଦ୍ର ରେ ତାଲିମ ନେଉଥିଲେ।ଏବଂ ଗୁଡ୍ରିସାହି ରେ ରାଇକିଆର ଏକ ସାଙ୍ଗ ସହ ଘରଭଡା ନେଇ ରହୁଥିଲେ।ଡିସେମ୍ବର ନଅ ତାରିଖରେ ଘରକୁ ଯିବାକୁ କହି ଏକ ପାସେଞର ଅଟୋରେ ଯାଇଥିଲେ।କିନ୍ତୁ ଘରକୁ ଯାଇନଥିଲେ।ପରେ ଘର ଲୋକ ଖବର ପାଇ ଚାରିଆଡେ ଖୋଜାଖୋଜି କରି ନ ପାଇବାରୁ ଡିସେମ୍ବର୧୬ରେ ଖଜୁରୀପଡା ଥାନାରେ ଏକ ନିଖୋଜ ମାମଲା ରୁଜ୍ଜୁ କରିଥିଲେ।ଇତି ମଧ୍ୟରେ ଦୁଇ ସପ୍ତାହ ବିତି ଯାଇଥିଲେ ହେଁ ଝିଅର କୌଣସି ଖୋଜଖବର ମିଳିନାହିଁ।ତେଣୁ ଆଶାମୟୀର ବାପା ମାଆ ଆରକ୍ଷୀ ଅଧିକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି।ଆରକ୍ଷୀ ଅଧିକ୍ଷକ ତୁରନ୍ତୁ ଖଜୁରୀପଡା ଥାନାକୁ ଘଟଣା ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ପଚାରି ବୁଝିଥିଲେ।ଏବଂ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।ଝିଅ ପାଖରେ ଥିବା ଦୁଇଟି ସିମକାର୍ଡ ବନ୍ଦ ରହିଛି।ଝିଅକୁ ନପାଇ ପରିବାର ଲୋକ ବହୁତ ଦୁଃଖ ରେ ଅଛନ୍ତି ।ଝିଅକୁ ଖୋଜି ଆଣିବା ପାଇଁ ବାପା ଶର ତଚନ୍ଦ୍ର ମୁଖି ଏସପିଙ୍କୁ ଗୁହାରି କରିଛନ୍ତି।