ଜିଲ୍ଲାସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଯାପିତ…

add-all

ଫୁଲବାଣୀ : ଫୁଲବାଣୀ ସହରର ସ୍ଥାନୀୟ କନ୍ଧମାଳ ଷ୍ଟାଡିୟମ୍ ଫୁଲବାଣୀ ଠାରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗୀତା ଉଦଯାପିତ ହୋଇଅଛି। ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ନିଯୋଜନ ଅଧିକାରୀ ଭୃଙ୍ଗରାଜ ମହାନ୍ତି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଲୟ ର ହେଚ ଆଇ ଭି ଏଡ୍ସ ବିଭାଗର ପରାମର୍ଶ ଦାତା ଦେବାଶିଷ ମିଶ୍ର, ପ୍ରସନ୍ନ ବିଶୋଇ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହରା ପ୍ରମୁଖ ଯୋଗଦେଇଥିଲେ । ଏହି ପ୍ରତିଯୋଗିତାରେ ଫୁଟବଲ୍, ଭଲିବଲ, କବାଡି,ବ୍ୟାଡମିଣ୍ଟନ , ଦୋଉଦକୁଦ ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଏହି ଦିବସରେ ଫାଇନାଲ ମ୍ୟାଚ ଟି ଡ କାଙ୍ଗି ଓ ବିଡାଙ୍ଗି ସାହି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଡ କାଙ୍ଗି 2- 0 ଗୋଲରେ ବିଡlଙ୍ଗି ସାହିକୁ ପରାସ୍ତ କରି ଚମ୍ପିୟାନ ହୋଇ ଥିଲେ l ମୁଖ୍ୟ ଅତିଥି ଅନୁଷ୍ଠିତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟ ରେ ଉପସ୍ଥିତ ଥିବା କ୍ରୀଡ଼ା ପ୍ରେମୀ ଭାଇ ଭଉଣୀଙ୍କୁ ଅବଗତ କରାଇଥିଲେ । ଏହି ପ୍ରତିଯୋଗିତାରେ ବିଜୟ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପୁରସ୍କାର ପ୍ରଦାନ କରିଥିଲେ । ଏହି ମ୍ୟାଚ୍ କୁ ରେଫରି ଭାବରେ ନିଖିଳ କହଁର, ଉମେଶ ଚନ୍ଦ୍ର ମାଝୀ, କିସନ୍ କହଁର, ରଞ୍ଜନ ବିନ୍ଧାଣି, କିଶନ କହଁର ପରିଚାଳନା କରିଥିଲେ ।
ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଆଇ ଆଇ ସି ଅଶୋକ ଗିରି ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ କମାଣ୍ଡେଣ୍ଟ ଓଡ଼ିଶା ପୋଲିସ ର ନବୀନ କିଶୋର ପଣ୍ଡା,ଚଳଚ୍ଚିତ୍ର ଅଭିନେତା ତଥା ସମାଜ ସେବୀ ଜଳନ୍ଧର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ଜିଲ୍ଲା ଯୁବ ଅଧିକାରୀ ନଭନିତ କୁମାର ପ୍ରମୁଖ ଯୋଗ ଦେ ଇ ଥିଲେ l ବୈଠକରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହକର୍ମୀ ସତ୍ୟବାନ୍ ଦଳବେହେରା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଏବଂ ଉପସ୍ଥିତ କ୍ରୀଡ଼ା ପ୍ରେମୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସିବେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.