ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର…

add-all

ପୁରୀ : ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ ଘଟିଛି ଅଘଟଣ। ବିଶ୍ୱବିଦ୍ୟାଳୟର ପରିସରରେ ଥିବା ଛାତ୍ରୀ ନିବାସରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

ମୃତ ଛାତ୍ରୀଙ୍କ ନାଁ ପ୍ରଜ୍ଞା ପାରମିତା ପରିଡ଼ା। ସେ ବେଦାନ୍ତ ବିଭାଗର ପିଜି ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତାଙ୍କ ଘର କଟକ ଜିଲ୍ଲା ବାଙ୍କୀ ଅଞ୍ଚଳରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧୧/୧୨ଟା ପରେ ଏହି ଘଟଣା ଘଟିଛି।

ଛାତ୍ରୀ ନିବାସର ସୁପରିଣ୍ଟେଣ୍ଡେଣ୍ଟ୍ ଓ ୱାର୍ଡେନ୍‌ଙ୍କ ସୂଚନା ଅନୁଯାୟୀ ବେଶ୍ କିଛି ଦିନ ହେବ ପ୍ରଜ୍ଞା ପାରମିତା ପରିଡ଼ା ଚିନ୍ତିତ ଜଣାପଡ଼ୁଥିଲେ। ଛୁଟି ଥିବାରୁ ଅନ୍ୟ ଛାତ୍ରୀମାନେ ଘରକୁ ଯାଇଥିଲେ ହିଁ ପ୍ରଜ୍ଞା ହଷ୍ଟେଲରେ ଥିଲେ। ସେ ହଷ୍ଟେଲ୍‌ରେ ସିଙ୍ଗଲ୍‌ ବେଡ୍ ଥିବା ଏକ ରୁମ୍‌ରେ ରହୁଥିଲେ।

ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି। ତେବେ ଶବ ବ୍ୟବଚ୍ଛେଦ ପରେ ତଥା ପୁଲିସ୍‌ର ତଦନ୍ତ ପରେ ପ୍ରକୃତ କଥା ସାମ୍ନାକୁ ଆସିବ। ପ୍ରଜ୍ଞାଙ୍କ ପରିବାର ଲୋକଙ୍କ ପ୍ରତିକ୍ରିୟା ମିଳି ନଥିବା ବେଳେ ପୁରୀ ସି’ ବିଚ୍ ପୁଲିସ୍ ଘଟଣାର ଛାନ୍‌ଭିନ୍ କରୁଛି।

ad-week
Leave A Reply

Your email address will not be published.