କାବୁଲ୍‌ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟଣା: ୧୦ମୃତ, ୮ଗୁରୁତର…

add-all

କାବୁଲ୍‌: ଆଜି ଆଫଗାନିସ୍ତାନର କାବୁଲ୍‌ସ୍ଥିତ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ଘଟିଥିଲା। ଏହି ବିସ୍ଫୋରଣରେ ୧୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାଇଁ ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଂଗଠନ ଦାୟିତ୍ୱ ଗ୍ରହଣ କରିନାହାଁନ୍ତି। ସେଥିପାଇଁ ଏହା ପଛରେ କାହାର ହାତ ରହିଛି, ସେ ନେଇ ଖୋଳତାଡ ଆରମ୍ଭ ହୋଇଛି।

ପୂର୍ବରୁ ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରାଳୟର ମୁଖପାତ୍ର ଅବ୍ଦୁଲ୍‌ ନଫି ତାକୋର୍‌ ‘ରଏଟର୍ସ’କୁ କହିଥିଲେ, ଆଜି ସକାଳେ କାବୁଲ ସେନା ବିମାନ ବନ୍ଦର ବାହାରେ ବିସ୍ଫୋରଣ ଘଟିଛି। ସେଥିଯୋଗୁଁ ଆମର ବହୁସଂଖ୍ୟକ ନାଗରିକ ସହିଦ ଓ ଆହତ ହୋଇଛନ୍ତି। ଘଟଣାର ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ୩ ଦିନ ତଳେ ଆଫଗାନିସ୍ତାନର ଉତ୍ତରାଞ୍ଚଳ ଅନ୍ତର୍ଗତ ତଖାର୍ ପ୍ରଦେଶର ରାଜଧାନୀ ତାଲୁକ୍ବାନ୍‌ ନଗରୀରେ ବିସ୍ଫୋରଣ ଯୋଗୁଁ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ବିସ୍ଫୋରଣରେ ବ୍ୟବହୃତ ବୋମାଟିକୁ ଜଣେ ସ୍ଥାନୀୟ ପ୍ରଶାସକଙ୍କ ଡେସ୍କ୍‌ ତଳେ ରଖାଯାଇଥିବା କଥା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଥିଲା। ଏହି ଘଟଣା ପରେ ପୁଣି ଥରେ ସାମରିକ ବିମାନ ବନ୍ଦର ନିକଟରେ ପ୍ରଚଣ୍ଡ ବିସ୍ଫୋରଣ ହେବାଟା ଆଫଗାନିସ୍ତାନର ଚିନ୍ତା ବଢ଼ାଇଛି।

ad-week
Leave A Reply

Your email address will not be published.