ରୁମରୁ ମୃତ ଅବସ୍ଥାରେ ମହିଳା ଡାକ୍ତରଙ୍କୁ ଉଦ୍ଧାର କଲା ପୋଲିସ

add-all

ଆନନ୍ଦପୁର : ମହିଳା ଡାକ୍ତରଙ୍କ ମୃତଦେହକୁ କବାଟ ଭାଙ୍ଗି ଉଦ୍ଧାର କଲା ପୋଲିସ।ନୂଆବର୍ଷ ସେଲିବ୍ରେସନ ପରେ ରୁମରୁ ମୃତ ଅବସ୍ଥାରେ ଠାବ ହୋଇଥିଲେ ଡାକ୍ତର। ଯୋଡା ଥାନା ଯୋଡା ପୌରପାଳିକା ଅନ୍ତର୍ଗତ ୨ ନଂ ୱାର୍ଡ ବନେଇକଳା ବସ୍ତି ଠାରେ ଥିବା ଯୋଡା ବ୍ଲକ ଅଧ୍ୟକ୍ଷ କବୀନ୍ଦ୍ର ନାଏକଙ୍କ ଘରେ ଭଡାସୂତ୍ରରେ ରହୁଥିଲେ ଡାକ୍ତର।

ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମହିଳା ଡାକ୍ତରଙ୍କ ମୃତଦେହକୁ ରୁମର କବାଟ ଭାଙ୍ଗି ଯୋଡା ଥାନା ପୋଲିସ ସନ୍ଦେହଜନକ ଭାବେ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିବା ଖବର ହସ୍ତଗତ ହୋଇଛି । ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ମହିଳା ଡାକ୍ତର ଶୁଭଶ୍ରୀ କରଙ୍କ ଘର କଟକରେ । ଯୋଡାରେ ନିଯୁକ୍ତି ପାଇବା ପରେ ସ୍ୱାସ୍ଥ୍ୟକେନ୍ଦ୍ରର ଉପର ମହଲାରେ ଥିବା ଏକ ଘରକୁ ଭଡ଼ା ସୂତ୍ରରେ ନେଇ ରହୁଥିଲେ ।

ନୂଆବର୍ଷକୁ ସାଥୀମାନଙ୍କ ସହିତ ସେଲିବ୍ରେସନ କରି ସାରିବା ପରେ ରୁମକୁ ଫେରିଥିଲେ । ରବିବାର ୧ ତାରିଖ ସନ୍ଧ୍ୟା ପର୍ଯ୍ଯନ୍ତ ଶୁଭଶ୍ରୀ କବାଟ ନ ଖୋଲିବାରୁ ତାଙ୍କ ଗୃହ ସହାୟିକା ଏବଂ ପଡୋଶୀମାନେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବହୁ ଚେଷ୍ଟା ପରେ କବାଟ ନ ଖୋଲିବାରୁ ଶେଷରେ ବାଧ୍ୟ ହୋଇ କବାଟ ଭାଙ୍ଗି ଘରେ ପଶିଥିଲେ ।

ଖଟ ଉପରେ ମହିଳା ଡାକ୍ତର ସ୍ଥିର ହୋଇ ଶୋଇଥିବାର ଦେଖି ପୋଲିସ ସଙ୍ଗେ ସଙ୍ଗେ ଯୋଡାସ୍ଥିତ ଟାଟାଷ୍ଟିଲ ହସ୍ପିଟାଲକୁ ନେଇଥିଲେ । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତଘୋଷଣା କରିଥିଲେ । କେମିତି ଓ କେଉଁ କାରଣ ପାଇଁ ତାଙ୍କର ମୃତ୍ୟୁ ହୋଇଛି ଶବ ବ୍ଯବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ପୋଲିସ କହିଛି ।

ad-week
Leave A Reply

Your email address will not be published.