ନୂତନ ବର୍ଷର ହାର୍ଦ୍ଧିକ ଅଭିନନ୍ଦନ ଜଣେଇଲେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ କର୍ମକର୍ତ୍ତା…

add-all

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ମାନବାଧିକାର ମିଶନର ସଭାପତି ବିରାଜ କୁମାର ପ୍ରଧାନ ଏବଂ ହୋମଗାର୍ଡ ସଂଘ କର୍ମକର୍ତ୍ତାଙ୍କ ଶୃଙ୍ଖଳିତ ଆଲୋଚନା ଏବଂ ସହଯୋଗ କ୍ରମେ ୨୦୨୩, ନୂତନ ବର୍ଷ ଉପଲକ୍ଷେ ଆରକ୍ଷୀ ଅଧିକ୍ଷକ, ଟାଉନ ଥାନା ଅଧିକାରୀ,ସଦର ଥାନା ଅଧିକାରୀ ଏବଂ କନ୍ଧମାଳ ଜିଲ୍ଲା ପଞ୍ଜୀକୃତ ହୋମଗାର୍ଡ ସଂଘର ଆଇନ୍ ପରାମର୍ଶଦାତା ମନୋଜ କୁମାର ପଟ୍ଟନାୟକ, ପରାମର୍ଶଦାତା ସଦାଶିବ ପାତ୍ର,ରାଜ୍ୟ ମାନବାଧିକାର ମିସନର ଉପ ସଭାପତି ତଥା ହୋମଗାର୍ଡ ସଂଘ ପରାମର୍ଶ ଦାତା ଜଳନ୍ଧର ବେହେରା, ପରାମର୍ଶଦାତା ସାମ୍ବାଦିକ ତଥା ଯୁବ ସମାଜସେବୀ କୁନା ଦିଗାଲ,ସାମ୍ବାଦିକ ତଥା ଆଇନଜୀବୀ ଆଦିତ୍ୟ ପ୍ରସାଦ ତ୍ରିପାଠୀ, ଏବଂ ସାମ୍ବାଦିକ ଅଶୋକ କୁମାର ମିଶ୍ରଙ୍କୁ ନୂତନ ବର୍ଷ ଉପଲକ୍ଷେ ସଂଘ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲା ହୋମଗାର୍ଡ ସଂଘ ସଭାପତି ପ୍ରଭାତ କୁମାର ସାହାଣୀ,ସମ୍ପାଦକ ସପନ କୁମାର ମିଶ୍ର, କାର୍ଯ୍ୟକାରି ସଭାପତି ଅଖୟ କୁମାର ରାୟ, କୋଷାଧ୍ୟକ୍ଷ ଶେଖ୍ ରିହାଜୁଦିନ୍, ଟାଉନ ଥାନା ହୋମଗାର୍ଡ ସଂଘ ଉପ ସଭାପତି ସାଫରିନ୍ ଖାନ୍, କୋଷାଧ୍ୟକ୍ଷ ଜୟନ୍ତୀ ଚୈାଧୁରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.