ଦାଦନ ଭାବେ ଚାଲାଣ ହେଉଥିବା ୩୦ ନାବାଳକ ଓ ନାବାଳିକା ଉଦ୍ଧାର…

add-all

ମାଲକାନଗିରି,୪।୧ : ଓଡିଶାରୁ ଦାଦନ ଭାବେ ଲଙ୍କା ତୋଳିବାକୁ ତେଲେଙ୍ଗାନା ରାଜ୍ୟକୁ ଦଲାଲଙ୍କ ଦ୍ଵାରା ନିଆଯାଉଥିବା ବେଳେ ୩୦ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍ । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାର ଗୁମ୍ମାରୁ ୩୦ ଜଣ ନାବାଳକ ଓ ନାବାଳିକାଙ୍କୁ କିଛି ଦଲାଲ ପ୍ରବର୍ତ୍ତାଇ ତେଲେଙ୍ଗାନା ରାଜ୍ୟକୁ ଦାଦନ ଭାବେ କାର୍ଯ୍ୟ କରିବାକୁ ନେଉଥିଲେ । ଏହି ପିଲାଙ୍କୁ ଏକ ବସ ଯୋଗେ ମାଲକାନଗିରି ଜିଲ୍ଲା ଦେଇ ତେଲେଙ୍ଗାକୁ ଚାଲାଣ କରାଯାଉଥିବା ବେଳେ ଏହି ଖବର ମାଲକାନଗିରି ଜିଲ୍ଲା ଚାଇଲ୍ଡ ଲାଇନ ନିକଟରେ ପହଞ୍ଚି ଥିଲେ । ଖବର ପାଇବା ମାତ୍ରେ ତୁରନ୍ତ ମାଲକାନଗିରି ଚାଇଲ୍ଡ ଲାଇନର ଏକ ଟିମ ଏହି ବସକୁ ଧରିବା ପାଇଁ ଚେଷ୍ଟା କରିଥିଲେ, କିନ୍ତୁ ସେତେବେଳକୁ ବସଟି ମାଲକାନଗିରି ଶଅର ଅତିକ୍ରମ କରି ଅନେକ ଦୂର ଚାଲି ଯାଇଥିବା ବେଳେ ତୁରନ୍ତ ଚାଇଲ୍ଡ ଲାଇନର କର୍ମକର୍ତ୍ତା ମାନେ ପୋଟେରୁ ଫାଣ୍ଡିକୁ ଖବର ଦେଇଥିଲେ । ଏହାପରେ ବସଟିକୁ ପୋଟେରୁ ଫାଣ୍ଡି ପୋଲିସ ଅଟକାଇ ଉକ୍ତ ୩୦ ଜଣ ନାବାଳକ ଓ ନାବାଳିକାଙ୍କୁ ଉଧାର କରିଥିବା ବେଳେ ଦଲାଲ ଜଣଙ୍କର କୌଣସି ପତ୍ତା ମିଳି ନଥିଲା । ତେବେ ଉଦ୍ଧାର ହୋଇଥିବା ସମସ୍ତ ଶିଶୁଙ୍କ ମଧ୍ୟରୁ ୨୦ ଜଣ ନାବାଳିକା ଓ ୧୦ ନାବାଳକ ଥିବା ବେଳେ ପୋଟେରୁ ଠାରେ ଚାଇଲ୍ଡ ଲାଇନ ଟିମ ପହଞ୍ଚି ସମସ୍ତ ୩୦ ଶିଶୁଙ୍କୁ ଉଦ୍ଧାର କରି ମାଲକାନଗିରି ଆଣିଥିଲେ । ଏହାପରେ ଉଦ୍ଧାର ଶିଶୁଙ୍କ ପିତା ମାତାଙ୍କୁ ଡକାଇ ସେମାନଙ୍କୁ କାଉନଶେଲିଂ କରିବା ପରେ ଆଗକୁ ଯେପରି ଏଭଳି ନହୁଏ ସେନେଇ ସଚେତନ କରାଇ ପିଲାଙ୍କୁ ତାଙ୍କ ପିତା ମାତାଙ୍କୁ ହସ୍ତାନ୍ତର କରିଛନ୍ତି ଚାଇଲ୍ଡ ଲାଇନ ଟିମ ।

ad-week
Leave A Reply

Your email address will not be published.