ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର କାର୍ଯ୍ୟକାରିଣୀ ବୈଠକ, ନବବର୍ଷର କ୍ୟାଲେଣ୍ଡର ଉନ୍ମୋଚିତ…

add-all

ବୁଗୁଡ଼ା : ସ୍ଥାନୀୟ ମାଳିଝୋଳା ମନ୍ଦିର ପରିସରରେ ବୁଗୁଡ଼ା ବ୍ଲକ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ସଂଘର ଏକ କାର୍ଯ୍ୟକାରୀ ବୈଠକ ସଭାପତି ବିଶ୍ଵମୋହନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏ ଅବସରରେ ଦୁଇ ଦିବଂଗତ ସଦସ୍ୟ ଶିଶିର କୁମାର ଦାଶ ଓ ଗୋବିନ୍ଦ ଦାଶଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରା ଯାଇଥିଲା । ଏଥିସହ ସଂଘ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂତନ ବର୍ଷର ଏକ କ୍ଯାଲେଣ୍ଡରକୁ ଉପଦେଷ୍ଟା ସୁରେଶ ଚନ୍ଦ୍ର ଦାଶଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା ଏବଂ ବୁଗୁଡ଼ା ପୌରାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତାମାନ ଆୟୋଜିତ କରି କୃତି ପ୍ରତିଯୋଗୀଙ୍କୁ ଆଗାମୀ ଶିକ୍ଷକ ସୌରଭ ସମ୍ମାନ ପ୍ରଦାନ ଉତ୍ସବ ଅବସରରେ ପୁରସ୍କୃତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ବୈଠକ ଶେଷରେ ଖଲି ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.