ଜମ୍ମୁକଶ୍ମୀରରେ ସିଆରପିଏଫ ଯବାନ ମୁତୟନ ନେଇ ଚିହିଁକି ଉଠିଲେ ମୁଫତି

add-all

ଶ୍ରୀନଗର: ଜମ୍ମୁକଶ୍ମୀରରେ ବଢୁଥିବା ଟାର୍ଗେଟ କିଲିଂକୁ ନେଇ ପୁଞ୍ଚ ଏବଂ ରାଜୌରୀ ଜିଲ୍ଲାରେ ସିଆରପିଏଫର ଅତିରିକ୍ତ ୧୮ କମ୍ପାନୀ ଯବାନଙ୍କୁ ନିୟୋଜିତ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଆଉ ଜମ୍ମୁକଶ୍ମୀରରେ ଏତେ ସଂଖ୍ୟକ ଯବାନ ମୁତୟନକୁ ନେଇ ପିଡିପି ମୁଖ୍ୟ ତଥା ଜମ୍ମୁକଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଖପ୍ପା ହୋଇଛନ୍ତି | ସେ କହିଛନ୍ତି ଯେ ଜମ୍ମୁକଶ୍ମୀରରେ ପୂର୍ବରୁ ସେନା ଛାଉଣି ହୋଇଥିବାବେଳେ ଏଠାରେ ଅଧିକ ଯବାନ ନିୟୋଜିତ କରିବାର କୌଣସି ଆବଶ୍ୟକତା ନାହିଁ। ସେ କହିଛନ୍ତି ଯେ ଜମ୍ମୁକଶ୍ମୀର ଏକ ରାଜନୈତିକ ପ୍ରସଙ୍ଗ ବୋଲି ସମସ୍ତେ ବିଶ୍ୱାସ କରନ୍ତି। ବିଜେପିକୁ ଟାର୍ଗେଟ କରି ମେହବୁବା ମୁଫତି କହିଛନ୍ତି ଯେ ଭାରତୀୟ ସେନା ଯାହା କରିବାକୁ ପଡିଛି ତାହା କରିଛି।
ଏବେ ବିଜେପି, ସେନା କାନ୍ଧରେ ବନ୍ଧୁକ ରଖି ଗୁଳି ଚଳାଇବାକୁ ଚାହୁଁଛି। ସେ କହିଛନ୍ତି ଯେ ଜମ୍ମୁକଶ୍ମୀରରେ ଯୁଦ୍ଧ ଭଳି ବାତାବରଣ ସୃଷ୍ଟି କରିବା ହେଉଛି ବିଜେପିର ଲକ୍ଷ୍ୟ। ମୁଫତି କହିଛନ୍ତି ଯେ ବିଜେପି ଏଠାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛି ଏବଂ ବର୍ତ୍ତମାନ ସେନା କାନ୍ଧରେ ବନ୍ଧୁକ ରଖି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚାହୁଁଛି। ମେହବୁବା ମୁଫତି କହିଛନ୍ତି ଯେ ଜମ୍ମୁକଶ୍ମୀର ଏକ ରାଜନୈତିକ ପ୍ରସଙ୍ଗ ହୋଇଥିବାବେଳେ ଏହାକୁ ସାମରିକ ଭାବେ ସମାଧାନ କରାଯାଇପାରିବ ନାହିଁ। ।

ସେ କହିଛନ୍ତି ଯେ ଦୁନିଆର କୌଣସି ବଡ ଦେଶ ନିଜ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିପାରିବ ନାହିଁ ଏବଂ ଏହି ଯୁଦ୍ଧରେ କଦାପି ଜିତିବ ନାହିଁ। ସେ କହିଛନ୍ତି ଯେ ଯଦି ସାମରିକ ଭାବରେ ସମସ୍ୟାର ସମାଧାନ ହୋଇଥାନ୍ତା, ତେବେ ଆମର ୨୦ ଜଣ ଯବାନ ସହିଦ ହେବା ପରେ ଚୀନ୍ ନେଇଥିବା ଜମି ଉପରେ ଆଲୋଚନା ହୋଇନଥାନ୍ତା। ମେହବୁବା ମୁଫତି କହିଛନ୍ତି ଯେ ଯଦି ଧାରା ୩୭୦ ହଟାଯିବା ପରେ ଯଦି ସବୁ ଠିକ୍ ଚାଲିଛି, ତେବେ ଅଧିକ ଯବାନ ଆଣିବାର ଆବଶ୍ୟକତା କଣ ରହିଛି ?

ad-week
Leave A Reply

Your email address will not be published.