ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ଘର ମାପ୍ ଚୁପ୍ କଲା ଇଡି…

add-all

ଭୁବନେଶ୍ବର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରର ମାପଚୁପ କରିଛି। ଇଡିର ଦୁଇଟି ଦଳ ଘରର ମାପ କରିଥିବା ଜଣାଯାଇଛି। ଏହି ଟିମ୍‌ରେ ଦୁଇ ଜଣ ଇଡି ଅଫିସରଙ୍କ ସହ ଦୁଇ ଜଣ ଅମିନ ଆଉ ଜଣେ ଟେକ୍ନିକାଲ ଅଫିସର ଥିଲେ। ଅନ୍ୟ ଏକ ଟିମ୍‌ରେ ଟିମ ସମ୍ପତ୍ତିର ମୂଲ୍ୟାୟନ ପାଇଁ ଆସିଥିଲେ।

ଏହା ପୂର୍ବରୁ ଇଡି ଅର୍ଚ୍ଚନା ନାଗ, ଜଗବନ୍ଧୁ ଓ ତାଙ୍କ ସହଯୋଗୀ ଖଗେଶ୍ବର ପାତ୍ରଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବା ପ୍ରକ୍ରିୟା ଆରମ୍ଭ କରିଛି। ଅର୍ଚ୍ଚନା, ଜଗବନ୍ଧୁ, ଖଗେଶ୍ବର ମାତ୍ର ୫ ବର୍ଷ ମଧ୍ୟରେ ସେକ୍ସୋଟର୍ସନ ମାଧ୍ୟମରେ ବ୍ଲାକମେଲ୍‌ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା କୁହାଯାଉଛି। ଯେଉଁ ଟଙ୍କା ତିନି ଜଣଙ୍କ ଆକାଉଣ୍ଟକୁ ଆସିଛି ତାର କୌଣସି ହିସାବ ମିଳୁ ନାହିଁ। ଅର୍ଥାତ ବେଆଇନ ଭାବେ ଟଙ୍କା କାରବାର ହୋଇଥିବା ସନ୍ଦେହ ଘନୀଭୂତ ହେଉଛି। ତେଣୁ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ଅନୁମତି ଦିଆଯାଉ। ଏଡଜୁକେଟିଙ୍ଗ୍ ଅଥରିଟି ଅନୁମତି ଦେବା ପରେ ଇଡି ୩ ଜଣଙ୍କ ସମ୍ପତ୍ତି ଆଟାଚ୍ କରିବା ପ୍ରକ୍ରିୟା ଆରମ୍ଭ କରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ad-week
Leave A Reply

Your email address will not be published.