କେଡିଜେଏର ସାଧାରଣ ବୈଠକ ଓ ବନ୍ଧୁ ମିଳନ…

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସାମ୍ବାଦିକ ସଙ୍ଘ (କେ ଡି ଜେ ଏ )ର ଏକ ସାଧାରଣ ବୈଠକ ଓ ନବ ବର୍ଷ ଅବସରରେ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖଜୁରୀପଡା ବ୍ଲକ ଅନ୍ତର୍ଗତ ପିଲା ସାଲୁଙ୍କିଡ୍ୟାମ ପରିସରରେ ଅନୁଷ୍ଠିତ ହୋଇଥିଲା lଏହି ଅବସରରେ ସଙ୍ଘର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ କାର୍ଯ୍ୟକାରୀ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ, ଉପସଭାପତି ସମୀର ପାଢ଼ୀ,ସନ୍ତୋଷ ଦିଗାଲ, ପ୍ରମୋଦ ଦଣ୍ଡସେନା ଅଭିମନ୍ୟୁ ପଣ୍ଡା, ସମ୍ପାଦକ ଶ୍ରବଣ ଡିଗାଲ, ରାମକୃଷ୍ଣ ଚୌଧୁରୀ ସଂଗଠନ ସମ୍ପାଦକ ଜୟ ସେନ ପରିଡା ପ୍ରମୁଖ ଯୋଗ ଦେଇ ସାମ୍ବାଦିକ ମାନଙ୍କ ବୃତ୍ତିଗତ ସୁରକ୍ଷା ଓ ଦାବିହାସଲ ପାଇଁ ଏକଜୁଟ ହୋଇ ସଂଗଠନକୁ ଅଧିକ ସୁଦୃଢ଼ କରିବାକୁ ପଡିବ ବୋଲି ମତ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ନାରାୟଣସାହୁ,ଶିବାନନ୍ଦ ପଟ୍ଟନାୟକ,ଡଃ ସୂର୍ଯ୍ୟ ନାରାୟଣ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ରମେଶ ଚନ୍ଦ୍ର ପ୍ରଧାନ, ଅଶୋକ ରାୟ,ପ୍ରଶାନ୍ତ କୁମାର ଜେନା, ଲକ୍ଷ୍ମୀନାରାୟଣ ପଟ୍ଟନାୟକ ,କ୍ଷିତୀଶ ମଲିକ,ପ୍ରତାପ ଦିଗାଲ, ଶିବ ନାୟକ,ସୁଧୀର ମହାରଣା,ପ୍ରମୁଖ ନବ ବର୍ଷର ଅଭିନନ୍ଦନ ଜଣାଇବା ସହ ସଂଗଠନ କୁ ଆହୁରି ଶକ୍ତିଶାଳୀ ଯେପରି ହେବ ସେଥିପ୍ରତି ସମସ୍ତେ ଆନ୍ତରିକ ଉଦ୍ୟମ କରିବାକୁ ପରାମର୍ଶ ଦେଇଥିଲେ l ସାଧାରଣ ସମ୍ପାଦକ ଅଶୋକ ପରିଡା ସ୍ଵାଗତ ଭାଷଣ ଦେବାସହ ବିବରଣୀ ପାଠ କରିଥିଲେ l ନବ ବର୍ଷ ଅବସରରେ ସଙ୍ଘ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକରୁ ଯୋଗ ଦେଇଥିବା ସମସ୍ତ ସତୁରି ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଫେବୃଆରୀ ପ୍ରଥମ ସପ୍ତାହ ରେ ବାଲିଗୁଡା ଠାରେ ବିଶାଳ ସମାବେଶ କରାଯିବାକୁ ନିଷ୍ପତି କରାଯାଇଛି l

ad-week
Leave A Reply

Your email address will not be published.