ଟ୍ରେନ ଚଳାଇବାକୁ ପାକିସ୍ତାନ ପାଖରେ ନାହିଁ ଟଙ୍କା, ମହଜୁଦ ଅଛି ମାତ୍ର ୩ ଦିନ ପାଇଁ ତେଲ…

add-all

ଲାହୋର: ଆର୍ଥିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ପାଇଁ ଏବେ ଦେଶ ଚଳାଇବା କଷ୍ଟକର ହୋଇପଡିଛି। ଏହି ସମୟରେ ଖବର ଆସୁଛି ଯେ ପାକିସ୍ତାନ ରେଳବାଇ ପାଖରେ ଯାତ୍ରୀ ଏବଂ ମାଲବାହୀ ଟ୍ରେନ୍ ଚଳାଇବାକୁ ମାତ୍ର ତିନି ଦିନର ତୈଳ ଷ୍ଟକ୍ ବାକି ଅଛି। ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରେଳ କର୍ମଚାରୀଙ୍କୁ ଦରମା ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କୁ ପେନସନ ମିଳିପାରୁନାହିଁ। ପାକିସ୍ତାନର ଖବରକାଗଜ ଡନ୍ ଅନୁଯାୟୀ ଜଣେ ରେଳ ଅଧିକାରୀ କହିଛନ୍ତି ଯେ ସେ ରେଳମନ୍ତ୍ରୀ ଖାୱାଜା ସାଦ୍ ରଫିକଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ପ୍ରାଥମିକତା ଦେଇ ସମାଧାନ କରିବାକୁ ଅନୁରୋଧ କରିଛନ୍ତି। ରେଳ ଅଧିକାରୀ ଜଣକ କହିଛନ୍ତି ଯେ ପାଖାପାଖି ମାସେ ଧରି ଟ୍ରେନ ଚଳାଇବା ପାଇଁ ତୈଳ ସଙ୍କଟ ଏହା ସୂଚାଉଛି ଯେ ପାକିସ୍ତାନର ଘୋର ଆର୍ଥିକ ସଙ୍କଟ ରହିଛି |
କିଛି ଦିନ ତଳେ ତେଲ ଷ୍ଟକ ମାତ୍ର ଦିନକ ପାଇଁ ମହଜୁଦ ଥିବାରୁ ରେଳବାଇ ଏହାର ମାଲ ପରିବହନକୁ ସୀମିତ କରିବାକୁ ବାଧ୍ୟ ହୋଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଫଳସ୍ୱରୂପ କରାଚି ଏବଂ ଲାହୋରରୁ ଟ୍ରେନ୍ ଚଳାଚଳ ହ୍ରାସ କରିବାକୁ ବାଧ୍ୟ କରାଯାଉଛି। ପାକିସ୍ତାନ ରେଳ ଇତିହାସରେ ଏହା କେବେ ହୋଇ ନଥିଲା। ଅନ୍ୟପକ୍ଷରେ ଅଧିକାରୀମାନେ କହିଛନ୍ତି ଯେ ଯଦି ସରକାର ଏହିପରି ରେଳ ବିଭାଗକୁ ଅବହେଳା ଜାରି ରଖନ୍ତି, ତେବେ ପାକିସ୍ତାନ ରେଳବାଇ ଶୀଘ୍ର ଦେବାଳିଆ ହୋଇଯିବ।

ad-week
Leave A Reply

Your email address will not be published.