ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା: ଅଞ୍ଜଳି ଓ ନିଧିଙ୍କ ସହ ଥିବା ଯୁବକ ଜଣକ କିଏ..?

add-all

ନୂଆଦିଲ୍ଲୀ: ଗତ ଡିସେମ୍ବର ୩୧ ତାରିଖ ରାତିରେ ଘଟିଥିବା ଦିଲ୍ଲୀ ହିଟ୍‌ ଆଣ୍ଡ୍‌ ରନ୍‌ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛି । ତେବେ ବର୍ତ୍ତମାନ ଏହି ମାମଲା ସହ ଜଡିତ ଦୁଇଟି ସିସିଟିଭି ଭିଡିଓ ସାମ୍ନାକୁ ଆସିଛି | ଏହି ସିସିଟିଭି ଭିଡିଓରେ ଅଞ୍ଜଳିଙ୍କ ସହ ତାଙ୍କ ସାଙ୍ଗ ନିଧି ମଧ୍ୟ ନଜର ଆସିଛନ୍ତି | କେବଳ ଏହି ଦୁଇଜଣ ନୁହେଁ ବରଂ ଜଣେ ଯୁବକଙ୍କୁ ମଧ୍ୟ ଦେଖିବାକୁ ମିଳିଛି | ଆଉ ଏବେ ବଡ ପ୍ରଶ୍ନ ଉଠିଛି ଯେ ଅଞ୍ଜଳି ଏବଂ ନିଧିଙ୍କ ସହ ସିସିଟିଭିରେ ଦେଖାଯାଇଥିବା ସେହି ଯୁବକ କିଏ? ପ୍ରଥମ ସିସିଟିଭି ଫୁଟେଜ୍ ୩୧ ଡିସେମ୍ବର ସନ୍ଧ୍ୟା ୭ଟା ସମୟର ହୋଇଥିବାବେଳେ ଏଥିରେ ତିନିଜଣ ଏକ ସ୍କୁଟିରେ ନଜର ଆସିଛନ୍ତି | ଯେଉଁଥିରେ ନିଧି, ଅଞ୍ଜଳିଙ୍କ ସହ ଜଣେ ଯୁବକ ମଧ୍ୟ ଅଛନ୍ତି, ଯିଏ ସ୍କୁଟି ଚଳାଉଛନ୍ତି। ଅଞ୍ଜଳି ସ୍କୁଟିରେ ମଝିରେ ବସିଥିବାବେଳେ ନିଧି ପଛରେ ବସିଛନ୍ତି | ଏହି ଭିଡ଼ିଓଟି ଅଞ୍ଜଳିଙ୍କ ଘର ନିକଟର ସିସିଟିଭି ଫୁଟେଜ କୁହାଯାଉଛି। ତିନି ମିନିଟ ପରେ ଆଉ ଏକ ଫୁଟେଜରେ ଅଞ୍ଜଳି ଓ ନିଧି ମିଶି ଏକ ସ୍କୁଟିରେ ଯାଉଛନ୍ତି |
ଏହା ହେଉଛି ସେହି ଗାଡ଼ି ଯାହାଦ୍ୱାରା ଯୁବକ ଜଣକ ଦୁହିଁଙ୍କୁ ମାତ୍ର ତିନି ମିନିଟ୍ ପୂର୍ବରୁ ଛାଡିଥିଲା | ତିନି ମିନିଟ୍ ମଧ୍ୟରେ ଦୁଇଟି ନୂଆ ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିବା ସହିତ ଅନେକ ନୂଆ ପ୍ରଶ୍ନ ଉଠିଛି | ପ୍ରଥମ ପ୍ରଶ୍ନ ହେଉଛି ଏହି ଫୁଟେଜରେ ଥିବା ଯୁବକ ଜଣକ କିଏ? କୁହାଯାଉଛି ଯେ ଏହି ଯୁବକ ଜଣକ ନବୀନ ହୋଇଥାଇପାରନ୍ତି | ନବୀନ ହେଉଛନ୍ତି ଅଞ୍ଜଳିଙ୍କ ବନ୍ଧୁ | ପୁଲିସ ଆଜି ତାଙ୍କୁ ପଚରାଉଚରା ପାଇଁ ଡାକିଥିଲା। ଉଲ୍ଲେଖଯୋଗ୍ୟ, ନୂଆବର୍ଷ ଭୋର ସମୟରେ ଅଞ୍ଜଳି ସିଂହ ନାମକ ଜଣେ ମହିଳା ତାଙ୍କର ଜଣେ ବନ୍ଧୁଙ୍କ ସହ ପାର୍ଟିରୁ ଫେରୁଥିବା ସମୟରେ ବା‌ଟରେ ତାଙ୍କୁ କାର୍‌ ଧକ୍କା ଦେଇଥିଲା। କାର୍‌ ଧକ୍କା ଦେବା ପରେ ସେ କାର୍‌ ଚକା ତଳେ ଲାଖି ଯାଇଥିଲେ ଏବଂ ପ୍ରାୟ ୧୨ କିମି ପର୍ଯ୍ୟନ୍ତ କାର୍‌ ତାଙ୍କୁ ଘୋଷାଡ଼ି ନେବାରୁ ହୃଦୟବିଦାରକ ମୃତ୍ୟୁ ହୋଇଥିଲା। ଘଟଣା ସମୟରେ ଅଞ୍ଜଳିଙ୍କ ସହିତ ଥିବା ତାଙ୍କ ବନ୍ଧୁ ଏହା ଦେଖି ମଧ୍ୟ କାହାକୁ କିଛି ନଜଣାଇ ଘରକୁ ପଳାଇଥିଲେ।

ad-week
Leave A Reply

Your email address will not be published.