୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି…

add-all

ନୂଆଦିଲ୍ଲୀ: ୧୪ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଏୟାର୍‌ ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ପରିସ୍ରା କରିଥିବା ବ୍ୟକ୍ତି। ଏୟାର ଇଣ୍ଡିଆ ବିମାନରେ ଜଣେ ବୃଦ୍ଧ ମହିଳାଙ୍କ ସହ ଅସଦାଚରଣ ଅଭିଯୋଗରେ ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୁଲିସ ବେଙ୍ଗାଲୁରୁରୁ ଗିରଫ କରି କୋର୍ଟରେ ହାଜର କରିଥିଲା। ଶଙ୍କର ମିଶ୍ରାଙ୍କୁ କୋର୍ଟରେ ହାଜର କରାଯିବା ପରେ ଏଭଳି କରିବା ପଛର ଉଦ୍ଦେଶ୍ୟ ଜାଣିବା ପାଇଁ କୋର୍ଟ ପୁଲିସକୁ ୧୪ଦିନ ସମୟ ଦେଇଥିବା ଜଣାପଡ଼ିଛି। ଅର୍ଥାତ୍ କୋର୍ଟ ଶଙ୍କର ମିଶ୍ରାଙ୍କୁ ୧୪ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି।

ସୂଚନା ମୁତାବକ, ଜାନୁଆରି ୪ରେ ବିମାନରେ ଶଙ୍କର ମିଶ୍ରା ପୀଡ଼ିତାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ କରିଥିଲେ ବୃଦ୍ଧା। ଅଭିଯୋଗ ରଖି ଦିଲ୍ଲୀ ପୁଲିସ ତଦନ୍ତ ଆରମ୍ଭ କରିବା ବେଳକୁ ଧରାପଡ଼ିବା ଡରରେ ଶଙ୍କର ନିଜର ଫୋନ ସୁଇଚ୍ ଅଫ କରିଦେଇଥିଲେ। ଫେରାର ହୋଇଯାଇଥିବା ଶଙ୍କରଙ୍କୁ ଠାବ କରିବା ନିମନ୍ତେ ‘ଲୁକ୍‌ ଆଉଟ୍‌ ନୋଟିସ୍‌’ ବା ‘ଏୟାର୍‌ପୋର୍ଟ ଆଲର୍ଟ’ ଜାରି କରାଯାଇଥିଲା। ଶଙ୍କରଙ୍କ ଅବସ୍ଥିତି ବିଷୟରେ ସୁନିଶ୍ଚିତ ସୂଚନା ପାଇବା ପରେ ତାଙ୍କୁ ଧରିବା ଲାଗି ଦିଲ୍ଲୀ ପୁଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏକ ଟିମ୍‌ ମୁତୟନ କରିଥିଲା। ଶଙ୍କର ଫୋନ୍‌ ସୁଇଚ୍‌ ଅଫ୍‌ କରିଦେଇଥିଲେ ସୁଦ୍ଧା, ସାଙ୍ଗସାଥୀମାନଙ୍କ ସହିତ ଯୋଗାଯୋଗ ରଖିବା ଲାଗି ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ ସବୁ ଚଳାଉ ଥିଲେ। ତାହାକୁ ଆଧାର କରି ଶଙ୍କରଙ୍କ ଅବସ୍ଥିତି ଜଣାପଡ଼ିଥିଲା। ଏହା ସହ ଗୋଟିଏ ଜାଗାରେ ୩୪ ବର୍ଷିୟ ମିଶ୍ରା ତାଙ୍କର କ୍ରେଡିଟ୍‌ କାର୍ଡ ମଧ୍ୟ ବ୍ୟବହାର କରିଥିବା ଜଣାପଡ଼ିଥିଲା। ଗିରଫଦାରି ଏଡ଼ାଇବା ଲାଗି ଶଙ୍କର ମିଶ୍ରା ସବୁବେଳେ ସ୍ଥାନ ପରିବର୍ତ୍ତନ କରୁଥିଲେ। ମୁମ୍ବାଇ ଓ ବେଙ୍ଗାଲୁରୁରେ ମିଶ୍ରାଙ୍କର ଅଫିସ ଥିବାରୁ ସେଠାକୁ ସେ ସବୁବେଳେ ଯାତାୟାତ କରୁଥିଲେ। ତେଣୁ, ଦିଲ୍ଲୀ ପୁଲିସ ଉଭୟ ସହରରେ ଚଢ଼ାଉ କରିଥିଲା।

ad-week
Leave A Reply

Your email address will not be published.