ସଙ୍କଟରେ ଯୋଶୀମଠ : ଉଚ୍ଚସ୍ତରୀୟ ବୈଠକ ଡାକିଲେ ମୋଦି…

add-all

ନୂଆଦିଲ୍ଲୀ: ସଙ୍କଟରେ ଉତ୍ତରାଖଣ୍ଡର ଯୋଶୀମଠ ସହର। ଦିନକୁ ଦିନ ଏଠାରେ ମାଟି ଧସିବାରେ ଲାଗିଛି। ଭୂସ୍ଖଳନ ଯୋଗୁ ସହରର ଅନେକ ଘରେ ଫାଟ ସୃଷ୍ଟି ହୋଇଛି। ରାସ୍ତାଘାଟ, ଘର, ଜମିରେ ବଡ଼ ବଡ଼ ଗର୍ତ୍ତ ହୋଇଯାଇଛି। ମାଟି ତଳେ ସମଗ୍ର ସହର ପୋତି ହୋଇଯିବା ଆଶଙ୍କା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକାଳ ତରଫରୁ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି।
ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ଡକ୍ଟର ପି.କେ ମିଶ୍ର ଅଧ୍ୟକ୍ଷତା କରିବେ। କ୍ୟାବିନେଟ ସଚିବ, କେନ୍ଦ୍ର ସରକାରଙ୍କ ବରିଷ୍ଠ ଅଧିକାରୀ ତଥା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ସଦସ୍ୟମାନେ ଏହି ବୈଠକରେ ଯୋଗଦେବେ। ଏମାନଙ୍କ ବ୍ୟତୀତ ଯୋଶୀମଠ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ମଧ୍ୟ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏଥିରେ ଯୋଗଦେବେ।
ଉଲ୍ଲେଖଯୋଗ୍ୟ, ଉତ୍ତରାଖଣ୍ଡର ଧାର୍ମିକ ପର୍ଯ୍ୟଟନ ପଗର ଯୋଶୀମଠ ଧସିବାରେ ଲାଗିଛି। ଏହାଦ୍ୱାରା ସେଠାରେ ଥିବା ଘର ଓ ବିଲ୍ଡିଂରେ ଭୟଙ୍କର ଫାଟ ସୃଷ୍ଟି ହୋଇଛି। କେବଳ ସେତିକି ନୁହେଁ ଅନେକ ଘର ଭୁଶୁଡି ମଧ୍ୟ ପଡିଛି । ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଲୋକେ ଶୀତ କାକରରେ ବାହାରେ ଦିନ କାଟୁଛନ୍ତି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଶନିବାର ଯୋଶୀମଠ ଗସ୍ତରେ ଯାଇ ସ୍ଥିତି ସମୀକ୍ଷା କରିଥିଲେ। ପ୍ରଭାବିତ ପରିବାର ସହ ସାକ୍ଷାତ କରିଥିଲେ। ସମସ୍ତ ବିସ୍ଥାପିତଙ୍କ ପୁର୍ନବସତି ପାଇଁ ଜମି ଚିହ୍ନଟ ହେବ ବୋଲି କହିବା ସହ ୬ ମାସ ଯାଏଁ ଏମାନଙ୍କୁ ମାସିକ ୪୦୦୦ ଟଙ୍କା ଦେବାକୁ ଘୋଷଣା କରିଥିଲେ। ଏଥିସହ ପ୍ରଭାବିତଙ୍କୁ ଆବଶ୍ୟକୀୟ ସାମଗ୍ରୀ ଓ ସୁରକ୍ଷିତ ରଖିବା ପାଇଁ ଜିଲ୍ଲା ପ୍ରଶାସନକୁ କହିଥିଲେ।

ad-week
Leave A Reply

Your email address will not be published.