ମହିଳାମାନେ ଶିକ୍ଷିତ ନହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବନି: ନୀତୀଶ କୁମାର

add-all

ବୈଶାଳୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ମହିଳାମାନେ ଶିକ୍ଷିତ ନହେବା ପର୍ଯ୍ୟନ୍ତ ଜନସଂଖ୍ୟା ନିୟନ୍ତ୍ରଣକୁ ଆସିବ ନାହିଁ। ଯଦି ମହିଳାମାନେ ପାଠ ପଢ଼ିବେ ତେବେ ପ୍ରଜନନ ହାର ହ୍ରାସ ପାଇବ। ଏହା ହେଉଛି ବାସ୍ତବତା। ଏବେବି ମହିଳାମାନେ ଶିକ୍ଷିତ ନୁହନ୍ତି। ସେ ଆହୁରି କହିଛନ୍ତି ଯେ, ଜଣେ ପୁରୁଷକୁ ମନେ ରଖିବାକୁ ପଡ଼େ ନାହିଁ ଯେ, ତାଙ୍କୁ ପ୍ରତିଦିନ ପ୍ରସବ କରିବାକୁ ପଡ଼େନି। ମହିଳାମାନେ ଅଶିକ୍ଷିତ ହୋଇଥିବା ବେଳେ ପୁରୁଷମାନେ ସେମାନଙ୍କ କାର୍ଯ୍ୟର ପରିଣାମ କଥା ଭାବୁ ନ ଥିବାରୁ ଜନସଂଖ୍ୟା ନିୟନ୍ତ୍ରଣ କରିପାରୁ ନାହିଁ।
ଶନିବାର ବୈଶାଳୀରେ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ନୀତୀଶ ଏହା କହିଛନ୍ତି। ନୀତୀଶଙ୍କ ବୟାନକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଛି। ବିଜେପି ନେତା ସମ୍ରାଟ ଚୌଧୁରୀ କହିଛନ୍ତି ଯେ, ନୀତୀଶ ବିହାରର ଭାବମୂର୍ତ୍ତି ନଷ୍ଟ କରିଛନ୍ତି। ସର୍ବସାଧାରଣରେ ମୁଖ୍ୟମନ୍ତ୍ରୀ ଅରୁଚିତକର ଶବ୍ଦ ପ୍ରୟୋଗ କରିଛନ୍ତି। ସେ ଟୁଇଟ୍‌ କରି ସେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅରୁଚିକର ଶବ୍ଦ ପ୍ରୟୋଗର ସୀମା ଉଲ୍ଲଂଘନ କରିଛନ୍ତି। ଏଭଳି ଶବ୍ଦ ପ୍ରୟୋଗ କରି ସେ ମୁଖ୍ୟମନ୍ତ୍ରୀ ପଦର ଅମର୍ଯ୍ୟାଦା କରିଛନ୍ତି।

ad-week
Leave A Reply

Your email address will not be published.