ଗୁଜରାଟ: ଅମ୍‌ରେଲୀରେ ଖୋଲା କୂଅରେ ପଡ଼ି ବୁଡ଼ିମଲେ ସିଂହ ଓ ସିଂହୀ…

add-all

ଚେନ୍ନାଇ: ଗୁଜରାଟର ଅମ୍‌ରେଲୀ ଜିଲ୍ଲା ଅନ୍ତର୍ଗତ ଗିର୍‌ ବନ ଉପଖଣ୍ଡ ଅଞ୍ଚଳରେ ଥିବା ଏକ ନନ୍ଦ ନ ଥିବା କୂଅରେ ପଡ଼ି ଗୋଟାଏ ସିଂହ ଓ ସିଂହୀ ବୁଡ଼ି ମରିଥିବା କଥା ଶନିବାର ଦିନ ବନ ଅଧିକାରୀମାନେ କହିଛନ୍ତି।
ସେ ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ୫ ଓ ୯ ବର୍ଷ ବୟସ୍କ ସିଂହ ଦୁଇଟି ଶୁକ୍ରବାର ପ୍ରତ୍ୟୁଷରେ ଖମ୍ଭା ତାଲୁକ ଅନ୍ତର୍ଗତ କୋଟଡ଼ା ଗ୍ରାମର ଜଣେ କୃଷକଙ୍କ କୂଅରେ ପଡ଼ିଯାଇଥିଲେ ବୋଲି ଗିର୍‌ ଉପ-ବନ ସଂରକ୍ଷକ ରାଜଦୀପସିଂହ ଜାଲା କହିଛନ୍ତି।
ଘଟଣା ସଂକ୍ରାନ୍ତରେ ଜାଣିବା ପରେ ଚାଷୀଜଣକ ଆମକୁ ସୂଚନା ଦେଇଥିଲେ। କିନ୍ତୁ, ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ବେଳେକୁ ସିଂହ ଦୁଇଟି ପାଣିରେ ବୁଡ଼ି ଯାଇଥିଲେ। ପାଣିରୁ ସେମାନଙ୍କ ଶବ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି ବୋଲି ଜାଲା କହିଛନ୍ତି।
ସଂଗୃହୀତ ସୂଚନା ଅନୁସାରେ, କୂଅ ପାଣିରେ ଭାସି ରହିବାକୁ ସିଂହ ଓ ସିଂହୀ ଉଦ୍ୟମ କରୁଥିବା କଥା ଦେଖିବା କ୍ଷଣି କୃଷକଜଣକ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଉଦ୍ଧାରକାରୀ ଦଳ ମଧ୍ୟ ୧୨ ମିନିଟ୍‌ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ, ସେତେବେଳକୁ ଦୁହେଁ ପାଣିରେ ବୁଡ଼ି ମରିଯାଇଥିଲେ।

ଶନିବାର ଦିନ ମଧ୍ୟ ଆଉ ଗୋଟାଏ ସିଂହ ଡାଲ୍‌ଖାନିୟା ରେଞ୍ଜ୍‌ରେ କୂଅରେ ପଡ଼ିଯାଇଥିଲା। କିନ୍ତୁ, ଉଦ୍ଧାରକାରୀ ଦଳ ତତ୍‌କ୍ଷଣାତ୍‌ ସେଠାରେ ପହଞ୍ଚି ତାକୁ ଉଦ୍ଧାର କରିଥିଲେ।
ସ‌େ ଆହୁରି ମଧ୍ୟ କହିଛନ୍ତି, ସିଂହମାନଙ୍କୁ କୂଅରୁ ପଡ଼ିବାରୁ ରକ୍ଷା କରିବା ଲାଗି ୨୦୦୭-୦୮ରୁ ଅମ୍‌ରେଲୀ ଏବଂ ଗିର୍‌ ସୋମନାଥ ଜିଲ୍ଲା ସମେତ ଗିର୍‌ ପୂର୍ବ ଉପଖଣ୍ଡରେ ଥିବା ଅନ୍ୟୂନ ୧୧,୭୪୮ କୂଆ ଚତୁଃପାର୍ଶ୍ବରେ ବାଡ଼ା ଦିଆଯାଇଛି।

ad-week
Leave A Reply

Your email address will not be published.