ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ , ୫ମ ଦିବସରେ ଆସିକା ପାନାସୋନିକ ଦଳ ବିଜୟୀ…

add-all


ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ମିନି ଷ୍ଟାଡିୟମ ପରିସରରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦ୍ୱାରା ଆୟୋଜିତ ଦିପକ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଢିବାର ୫ମ ଦିଵସରେ ଆସିକା ପାନାସୋନିକ ଦଳ ସହ ହିଞ୍ଜିଳିକାଟୁ ଇଗଲ କ୍ରିକେଟ କ୍ଳବ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ଆସିକା ପାନାସୋନିକ ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୦ ୱିକେଟ ବିନିମୟରେ ୧୭୭ ରନ୍ ସଂଗ୍ରହ କରିଥିଲେ । ଜବାବରେ ବିପକ୍ଷ ହିଞ୍ଜିଳିକାଟୁ ଈଗଲ କ୍ରିକେଟ କ୍ଳବ ୧୭,୧ ଓଭରରେ ୧୧୦ ରନ ସଂଗ୍ରହ କରି ଅଲ ଆଉଟ ହୋଇ ପରାଜୟ ବରଣ କରିଥିଲେ। । ଆସିକା ପାନାସୋନିକ ଦଳ ପକ୍ଷରୁ ନାଗାର୍ଜୁନ ମୁନୀ ୪ଓଭରରେ ୨୩ରନ୍ ଦେଇ ୩ୱ୍ବିକେଟ ସଂଗ୍ରହ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ବିବେଚିତ ହୋଇଥିଲେ । ଅତିଥି ଭାବେ ଚାଣକ୍ୟ କୋଚିଂ ସେଣ୍ଟର ନିର୍ଦ୍ଦେଶକ ପ୍ରମୋଦ କୁମାର ପାଣିଗ୍ରାହୀ ନାଗାର୍ଜୁନ ମୁନୀ ଙ୍କୁୂ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଭାବେ ପୁରସ୍କୃତ କରିଥିଲେ । ଆମ୍ପାୟର ଭାବେ ପ୍ରଶାନ୍ତ କୁମାର ପାଢୀ ଓ ବିପ୍ର ଶଵର ପରିଚାଳନା କରିଥିଲେ। ସ୍କୋରର ଭାବେ ଯୋଗିନ୍ଦ୍ର ନାୟକ ଓ ଆଦିତ୍ୟ ସାହୁ ଅନଲାଇନ ମାଧ୍ୟମରେ ଧାରା ବିବରଣୀ ପ୍ରଦାନ କରିଥିଲେ । ଲିଟୁ ପ୍ରଧାନ, ସିମାଞ୍ଚଳ ପାଣିଗ୍ରାହୀ, ସତୀସ କୁମାର ପାଢି, ଉମା ମହାରଣା, ସାଗର ବେହେରା, ସଚିନ ସେଠି, ସୁରୁଜ ସୁବୁଦ୍ଧି, ସୁନିଲ ପାଠି ,ଜିତେନ୍ଦ୍ର ଦାସ, ରଜତ ପ୍ରଧାନ, ଟିକୁ ମହାରଣା,ଅମୁଲ୍ୟରତ୍ନ ପଣ୍ଡା ଙ୍କ ସମେତ ଆୟୋଜକ ଇଗଲ କ୍ରିକେଟ କ୍ଳବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

ad-week
Leave A Reply

Your email address will not be published.