ହସପିଟାଲରେ ପହଞ୍ଚି ରୋଗୀଙ୍କ ଅସ୍ତ୍ରୋପଚାର କଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ…

add-all

ନୂଆଦିଲ୍ଲୀ: ଚର୍ଚ୍ଚାରେ ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହା। ପେସାରେ ଡାକ୍ତର ତ୍ରିପୁରା ମୁଖ୍ୟମନ୍ତ୍ରୀ ବୁଧବାର ଏକ ୧୦ ବର୍ଷ ପିଲାର ଦାନ୍ତର ସଫଳ ସର୍ଜରୀ କରିଛନ୍ତି। ମୁଖ୍ୟମନ୍ତ୍ରୀ ଡାକ୍ତର ହୋଇଥିବା ହେତୁ ସେ ଗତ ବୁଧବାର ଦିନ ହସ୍ପିଟାଲର ଅପରେସନ ଥିଏଟରରେ ପହଞ୍ଚି ଜଣେ ୧୦ ବର୍ଷ ପିଲାର ଦାନ୍ତ ଅସ୍ତ୍ରୋପଚାର କରିଥିଲେ। ଶାହା ତ୍ରିପୁରାର ଜଣେ ଜଣାଶୁଣା ଓରାଲ୍ ଆଣ୍ଡ ମ୍ୟାକ୍ସିଲୋଫେସିଆଲ୍ ସର୍ଜନ ଭାବରେ କାମ କରିଛନ୍ତି । ଶାହା ତାଙ୍କର ପୁରୁଣା କର୍ମକ୍ଷେତ୍ର ତ୍ରିପୁରା ମେଡିକାଲ କଲେଜରେ ପହଞ୍ଚିବା ପରେ ତାଙ୍କୁ ପୁରୁଣା ସହକର୍ମୀମାନେ ସ୍ୱାଗତ କରିଥିଲେ। ଏହି କଲେଜରେ ସେ ୨୦ ବର୍ଷରୁ ଅଧିକ ସମୟ ଧରି ଲୋକଙ୍କୁ ନିରନ୍ତର ଚିକିତ୍ସା କରି ଆସିଥିଲେ ।
ଶାହା ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିବା ପୂର୍ବରୁ ଓରାଲ୍ ଏବଂ ମ୍ୟାକ୍ସିଲୋଫେସିଆଲ୍ ବିଭାଗର ମୁଖ୍ୟ ଥିଲେ। ଶାହା କହିଛନ୍ତି ଯେ, ସେ ଦୀର୍ଘ ଦିନ ପରେ ସଫଳ ଅସ୍ତ୍ରୋପଚାର କରିଥିବାରୁ ସେ ଖୁବ ଖୁସି ଅନୁଭବ କରୁଛନ୍ତି। ସେ କହିଛନ୍ତି ମୁଁ ନିଜକୁ କେବେ ହେଲେ ବୃତ୍ତିଠାରୁ ଦୂରରେ ଦେଇନାହିଁ।

ad-week
Leave A Reply

Your email address will not be published.