ଟ୍ରେଲର ଡ୍ରାଇଭରଙ୍କୁ ଛୁରା ମାଡ଼, ଲୁଟିନେଲେ ୫ ହଜାର

add-all

ଚମ୍ପୁଆ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରେଲର । ଅଚାନକ ମାଡ଼ି ଆସିଲେ ଜଣେ ଦୁର୍ବୃତ୍ତ । ଡ୍ରାଇଭରଙ୍କୁ ଛୁରା ମାଡ଼ କରି ଲୁଟିନେଲେ ୫ ହଜାର ଟଙ୍କା । ଡ୍ରାଇଭରଜଣକ ରକ୍ତାକ୍ତ ଅବସ୍ଥାରେ ପଡ଼ି ଛଟପଟ ହେଉଥିବା ବେଳେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏପରି ଅଭାବନୀୟ ଘଟଣା ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଟିସ୍କୋ ୱେଷ୍ଟ ଛକ ନିକଟରେ ଘଟିଛି। ଆହତ ଡ୍ରାଇଭରଜଣକ ହେଲେ ଝାଡ଼ଖଣ୍ଡ ଜାମସଦପୁର ଅଞ୍ଚଳର ଡ଼୍ରାଇଭର ହ୍ରୀଦୟା ଯାଦବ ।

ଗତକାଲି ରାତି ପ୍ରାୟ ୯ଟାରେ ଟ୍ରେଲରଟି ଯୋଡ଼ା ଟିସ୍କୋ ୱେଷ୍ଟ ଛକ ନିକଟରେ ଠିଆ ହୋଇଥିବା ସମୟରେ ଡ଼୍ରାଇଭରଜଣକ ତଳେ ଛିଡ଼ା ହୋଇଥିଲେ। ଏହି ସମୟରେ ହଠାତ୍‌ ଜଣେ ଯୁବକ ତାଙ୍କ ଆଡ଼କୁ ମାଡ଼ି ଆସିଥିଲେ। ଏଥିସହ ଛୁରୀରେ ହ୍ରୀଦୟାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିବାକୁ ଲାଗିଲେ। ହ୍ରୀଦୟା କ୍ଷତାକ୍ତ ହୋଇ ତଳେ ପଡ଼ିଯିବାରୁ ତାଙ୍କ ପକେଟରେ ଥିବା ୫ ହଜାର ଟଙ୍କା ନେଇ ଫେରାର ହୋଇଗଲେ।

ଦୁବୃର୍ତ୍ତଙ୍କ ଛୁରା ମାଡ଼ରେ  ହ୍ରୀଦୟା ଯାଦବ ଲହୁଲୁହାଣ ହୋଇଯାଇଥିଲେ । ତାଙ୍କ  ଛାତି, ଜଂଘ ଓ ଗୋଡ଼ରେ ଗଭୀର କ୍ଷତ ହୋଇଛି ।  ସ୍ଥାନୀୟ ଲୋକଙ୍କ ସହାୟତାରେ ଟ୍ରେଲର ଡ଼୍ରାଇଭରଙ୍କୁ ଯୋଡ଼ା ଟାଟା ଷ୍ଟିଲ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସିତ ହେବା ପରେ ସେ ଏବେ ବିପଦମୁକ୍ତ ଥିବା ଜଣାଯାଇଛି। ଖବର ପାଇ  ଯୋଡ଼ା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ad-week
Leave A Reply

Your email address will not be published.