କ୍ୟାନସରମୁକ୍ତ ହେଲେ ଆମେରିକାର ଫାଷ୍ଟ ଲେଡି…

add-all

ୱାଶିଂଟନ: କ୍ୟାନସରମୁକ୍ତ ହେଲେ ଯୁକ୍ତରାଷ୍ଟ୍ର ଆମେରିକାର ଫାଷ୍ଟ ଲେଡି। ଗତକାଲି ୱାଶିଂଟନର ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ତାଙ୍କ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନଙ୍କ ପତ୍ନୀ ତଥା ଦେଶର ଫାଷ୍ଟ ଲେଡି ଜିଲ ବାଇଡେନ ତ୍ୱଚା କ୍ୟାନସରରେ ଆକ୍ରାନ୍ତ ହୋଇଥିବା କିଛି ଦିନ ପୂର୍ବେ ଜଣା ପଡ଼ିଥିଲା। ନିୟମିତ ଚେକଅପ୍‌ ସମୟରେ ତାଙ୍କ ଡାହାଣ ଆଖି ଉପରେ କିଛି ଅସ୍ୱାଭାବିକ ଲକ୍ଷଣ ଦେଖିବାକୁ ମିଳିଥିଲା। ପରୀକ୍ଷା ପରେ ତାହା କର୍କଟ ଟିସୁ ବୋଲି ଜଣାପଡ଼ିଥିଲ।
ଗତକାଲି ସ୍ୱାସ୍ଥ୍ୟ ଖରାପ ହେବାରୁ ରାଷ୍ଟ୍ରପତିଙ୍କ ହେଲିକ୍ଟପର ଯୋଗୁ ଜିଲ ବାଇଡେନଙ୍କୁ ୱାଲ୍ଟର ରିଡ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅପରେସନ ପରେ ମିସେସ୍‌ ବାଇଡେନ ଏବେ କ୍ୟାନସରମୁକ୍ତ ଥିବା ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି।

ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ଲେଡିଙ୍କ ଶରୀରରେ ବଢ଼ୁଥିବା ଦୁଇଟି କର୍କଟ କୋଷକୁ ସଫଳତାର ସହିତ ହଟାଇ ଦିଆଯାଇଛି ଏବଂ ସେ ବିପଦମୁକ୍ତ ବୋଲି ହ୍ୱାଇଟ ହାଉସ ଡାକ୍ତର କହିଛନ୍ତି। ଏଥିସହ ତାଙ୍କ ଟିସୁକୁ ଅଧିକ ପରୀକ୍ଷଣ ପାଇଁ ପଠାଯିବ ବୋଲି କୁହାଯାଇଛି। ଶୁକ୍ରବାର ତାଙ୍କୁ ଡିସଚାର୍ଜ କରାଯିବ ଓ ସେ ହ୍ୱାଇଟ ହାଉସ ଫେରିଯିବେ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.