ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି, ଖାଦ୍ୟ ପାଇଁ ହାହାକାର ପରିସ୍ଥିତି… !

add-all

ଇସଲାମାବାଦ: ପାକିସ୍ତାନରେ ଶ୍ରୀଲଙ୍କା ପରିସ୍ଥିତି। ଘୋର ଆର୍ଥିକ ଅନଟନ ଅବସ୍ଥା ଦେଇ ଗତି କରୁଛି ପାକିସ୍ତାନରେ। ଦେଶରେ ଖାଦ୍ୟ ସଙ୍କଟର ବିକଳ ପରିସ୍ଥିତି ସୃଷ୍ଟି ହୋଇଛି। ଲୋକେ ଖାଇବା ପାଇଁ ହାହାର ପରିସ୍ଥିତିରେ ପହଞ୍ଚିଲେଣି। ଲୋକଙ୍କୁ ଖାଇବା ପାଇଁ ମିଳୁନାହିଁ । ରୁଟି ପାଇଁ ଲୋକଙ୍କ ମଧ୍ୟରେ ମାର୍‌ପିଟ୍‌ ହେଉଛି । ସରକାରଙ୍କ ଦ୍ୱାରା ବଣ୍ଟା ଯାଉଥିବା ଗହମ କି ଅଟା ବସ୍ତା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ରହୁଛନ୍ତି। ଗୋଟିଏ ଅଟା ବସ୍ତା ପାଇଁ ପାକିସ୍ତାନରେ ପୁରୁଷ ଲୋକଙ୍କ କଥା ଛାଡନ୍ତୁ ମହିଳାମାନେ ମଧ୍ୟ ଧସ୍ତା ଧସ୍ତି ହୋଇ ଏହାକୁ ଛଡାଇ ନେଉଛନ୍ତି ।
କାଙ୍ଗାଳ ହୋଇଥିବା ପାକିସ୍ତାନର ବିକଳ ଚିତ୍ର ଏବେ ଦେଖିବା ପାଇଁ ମିଳୁଛି । ଚାଇନା ପାକିସ୍ତାନ ଭିତରେ ରାସ୍ତା ତିଆରି କରିଛି । ଗଦର ବନ୍ଦରକୁ ରାସ୍ତା ପାଇଁ ଏପରି କରାଯାଇଛି । ଚାଇନା ସହ ଅନ୍ୟ ଦେଶମାନଙ୍କ ଠାରୁ ଋଣ ନେଇ ପାକିସ୍ତାନ ଏକ ପ୍ରକାର ବୁଡିଯାଇଛି । ମାତ୍ର ପାକିସ୍ତାନର ଦୁର୍ନୀତି ଗ୍ରସ୍ତ ନେତା, ଲେନା ଅଧିକାରୀ ଏବଂ ସରକାରୀ ଅଧିକାରୀଙ୍କ ପାଖରେ ବିପୁଳ ଟଙ୍କା ।
ଗତ ଏକ ବର୍ଷ ମଧ୍ୟରେ ପାକିସ୍ତାନର ଅବସ୍ଥା ଅତି ଖରାପ ହୋଇଯାଇଛି । ପାକିସ୍ତାନରେ ଲୋକ ଗରିବ ହୋଇଯାଇଛନ୍ତି । ଖାଇବା ପାଇଁ ମିଳୁନି , ହେଲେ ସେଠାକାର ନେତାଙ୍କ ସମ୍ପତ୍ତି ବହୁ ପରିମାଣରେ ବୃଦ୍ଧି ପାଇଛି । ନେତା , ପାକିସ୍ତାନ ସେନା ଅଧିକାରୀ ଏବଂ ସରକାରୀ କର୍ମଚାରୀ ସରକାରୀ ଟଙ୍କାକୁ ଲୁଟି ନେଇଛନ୍ତି । ପାକିସ୍ତାନରେ ଦରବୃଦ୍ଧି ଏବଂ ମୁଦ୍ରସ୍ଫିତୀ ବୃଦ୍ଧି ପାଇଛି । ଏହା ୨୫ ପ୍ରତିଶତ ବୃଦ୍ଧି ପାଇଛି । ଲୋକମାନେ ଅଟା ବସ୍ତାଏ ପାଇଁ ମାରପିଟ୍‌ କରୁଛନ୍ତି। ଏବେ ପାକିସ୍ତାନରେ ପିଆଜ କିଲୋ ୩୬ ଟଙ୍କାରୁ ବଢି ୨୨୦ ଟଙ୍କା , ଚିକେନ କିଲୋ ୩୮୩ ଟଙ୍କା ସୋରିଷ ତେଲ ଲିଟର ୫୩୨ ଟଙ୍କା, କ୍ଷୀର ଲିଟର ୧୪୯ ଟଙ୍କା ଏବଂ ପାଉଁରୁଟି ପ୍ୟାକେଟ୍‌ ୮୯ ଟଙ୍କାରେ ବିକ୍ରି ହେଉଛି ।

ad-week
Leave A Reply

Your email address will not be published.