ଟ୍ରେଲର ପଛରେ ପିଟି ହେଲା କାର୍‌, ୨ ମୃତ…

add-all

ଯାଜପୁର: ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଗୋପାଳପୁର ଛକ ନିକଟରେ ୧୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରେଲର ପଛରେ ଏକ କାର୍ ପିଟି ହେବାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି।

ମୃତକ ଦ୍ୱୟ ହେଲେ ବିଶ୍ୱଜିତ୍ ମାଇଟି (୩୩) ବର୍ଷ ଓ ଦିତପ୍ରଭା ପଣ୍ଡା (୩୦) ବର୍ଷ। ଆହତମାନଙ୍କୁ ଉଦ୍ଧାର କରାଯାଇ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମକର ସଂକ୍ରାନ୍ତି ଅବସରରେ ଆଜି ସକାଳେ ୭ ଜଣ ସାଙ୍ଗ ମା’ ତାରିଣୀଙ୍କ ଦର୍ଶନ କରିବା ପାଇଁ ଏକ କାର୍‌ ଯୋଗେ ଜଗତସିଂହପୁରରୁ କେନ୍ଦୁଝରର ଘଟଗାଁ ଅଭିମୁଖେ ବାହାରିଥିଲେ। ଗୋପାଳପୁର ନିକଟରେ ସେମାନଙ୍କ କାର୍‌ ରାସ୍ତାକଡ଼ରେ ଠିଆ ହୋଇଥିବା ଏକ ଟ୍ରେଲର ପଛରେ ପିଟି ହୋଇଥିଲା।

କୁଆଖିଆ ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘନ କୁହୁଡ଼ି ଯୋଗୁ ଏହି  ଦୁର୍ଘଟଣା ଘଟି ଥାଇପାରେ ବୋଲି ସନ୍ଦେହ କରଯାଉଛି। ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

ad-week
Leave A Reply

Your email address will not be published.