ସୋସିଆଲ୍ ମିଡିଆରେ ଭାଇରାଲ ହେଉଥିବା ଦୁର୍ଘଟଣାଗ୍ରସ୍ତ ବିମାନର ଭିଡିଓ ନେପାଳର ନୁହେଁ ରୁଷ୍‌ର.. !

add-all

ନୂଆଦିଲ୍ଲୀ: ନେପାଳର ପୋଖରା ଆନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ରବିବାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ସେଥିରେ ଥିବା ସମସ୍ତ ୬୮ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି। ତେବେ, କାହିଁକି ଓ କେଉଁ ପରିସ୍ଥିତିରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହେଲା ସେ ସଂପର୍କରେ ସବିଶେଷ ବିବରଣୀ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଦୁର୍ଘଟଣାଗ୍ରସ୍ତ ବିମାନର ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିମାନର ଦକ୍ଷିଣପଟ ଇଞ୍ଜିନରେ ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ଏହା ବିମାନର ଅବତରଣ ସମୟରେ ଇଞ୍ଜିନରେ ଥିବା ସମସ୍ୟାକୁ ସୂଚିତ କରୁଛି। ରବିବାର ଦିନ ରେକର୍ଡ ହୋଇଥିବା ନେପାଳ ବିମାନ ଦୁର୍ଘଟଣାର ଅନ୍ୟ ଏକ ଭିଡିଓରେ ଯାହା ଦେଖା ଯାଇଥିଲା ତାହା ଏହି ଭିଡିଓରେ ଥିବା ବିମାନର ଗତିବିଧି ସହ ମେଳ ଖାଉଥିଲା।
ତେବେ, ଜାତୀୟ ସ୍ତରର ସମ୍ବାଦ ପତ୍ରିକା ‘ଇଣ୍ଡିଆ ଟୁଡେ’ ଜାଣିବାକୁ ପାଇଛି ଯେ ଭାଇରାଲ ହେଉଥିବା ଭିଡିଓଟି ପୁରୁଣା ଏବଂ ଏହା ନେପାଳର ନୁହେଁ; ବରଂ ରୁଷ୍‌ର।
ଭାଇରାଲ ଭିଡିଓରେ ବିମାନଟି ଭୂମିଠାରୁ ଅଳ୍ପ ଉଚ୍ଚତାରେ ଉଡୁଥିବାର ଦେଖିବାକୁ ମିଳୁଛି ଏବଂ ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ମଝି ଆକାଶରେ ଅଳ୍ପ କିଛି ସେକେଣ୍ଡ ପାଇଁ ଉଡ଼ି ଦୁର୍ଘଟଣାଗ୍ରସ୍ତ ହେଉଛି।
ହେଲେ, ନେପାଳ ବିମାନ ଦୁର୍ଘଟଣା ଦିନ ପାଇଲଟ ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି)ରୁ ଅବତରଣ ପାଇଁ ଅନୁମତି ନେଇଥିଲେ ଏବଂ ଏଟିସିରୁ ଅନୁମତି ମିଳିବା ପରେ ବିମାନର ଅବତରଣ ପ୍ରକ୍ରିୟା ଆରମ୍ଭ କରିଥିଲେ। କିନ୍ତୁ ପରେ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ କହିଥିଲେ ଯେ ଦୁର୍ଘଟଣାର ଠିକ୍‌ ପୂର୍ବରୁ ବିମାନରେ ନିଆଁ ଦେଖା ଯାଇଥିଲା। ଏହା ସୂଚାଉଛି ଯେ ବିମାନରେ ମଝି ଆକାଶରେ ନିଆଁ ଲାଗି ଥାଇପାରେ। ଅନ୍ୟପକ୍ଷରେ ଦୁର୍ଘଟଣାସ୍ଥଳର ଫଟୋରେ ଭୂମିରେ ନିଆଁ ଏବଂ ଦୁର୍ଘଟଣାସ୍ଥଳରେ ପଡ଼ିଥିବା ବିମାନର ଧ୍ୱଂସାବଶେଷରୁ ଧୂଆଁ ବାହାରୁଥିବା ଦେଖା ଯାଇଥିଲା।

ad-week
Leave A Reply

Your email address will not be published.