ଉନ୍ନାଉ ରେପ୍‌ ମାମଲା: ଆଜୀବନ ଜେଲ କାଟୁଥିବା କୁଲଦୀପଙ୍କୁ ଝିଅ ବାହାଘର ପାଇଁ ଜାମିନ…

add-all

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଉନ୍ନାଉ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ବିଜେପିର ପୂର୍ବତନ ବିଧାୟକ କୁଲଦୀପ ସିଂହ ସେନଗାରଙ୍କୁ ମିଳିଛି ଜାମିନ। ୨୦୧୭ରେ ବହୁଚର୍ଚ୍ଚିତ ଉନ୍ନାଉ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କୁଲଦୀପ। ନିଜ ଝିଅର ବାହାଘର ପାଇଁ ଜାମିନ ଲାଗି ଦିଲ୍ଲୀ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ ସେ। ଜଷ୍ଟିସ୍‌ ମୁକ୍ତା ଗୁପ୍ତା ଏବଂ ପୁନମ ଏ ବାମ୍ବା କୁଲଦୀପଙ୍କୁ ଜାନୁଆରୀ ୨୭ରୁ ଫେବୃଆରୀ ୧୦ ପର୍ଯ୍ୟନ୍ତ ଜାମିନ ଦେଇଛନ୍ତି। କୁଲୀପଙ୍କୁ ମିଳିଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ କୋର୍ଟ ସର୍ତ୍ତ ରଖିଛନ୍ତି। କୁଲଦୀପ ପ୍ରତିଦିନ ନିକଟସ୍ଥ ଷ୍ଟେସନ ହାଉସ୍‌ ଅଫିସରଙ୍କୁ ରିପୋର୍ଟ କରିବେ।
ଏଥିସହ ଜାମିନ ପାଇଁ ତାଙ୍କୁ ଲକ୍ଷେ ଟଙ୍କାର ବଣ୍ଡ ଦେବାକୁ ପଡ଼ିବ। କୁଲଦୀପ ତାଙ୍କ ଓକିଲଙ୍କ ଆବେଦନ ଅନୁଯାୟୀ ଉଭୟ ଗୋରଖପୁର ଏବଂ ଲକ୍ଷ୍ନୌରେ ବିବାହ ଉତ୍ସବ ଅନୁଷ୍ଟିତ ହେବ। କୁଲଦୀପ ହେଉଛନ୍ତି ପରିବାରର ଏକମାତ୍ର ପୁରୁଷ ସଦସ୍ୟ। ସେଥିପାଇଁ କୁଲଦୀପଙ୍କୁ ଅନେକ କିଛି ପ୍ରସ୍ତୁତି କରିବାର ଦାୟିତ୍ୱ ରହିଛି। ଫେବୃଆରୀ ୮ରେ ତାଙ୍କ ଝିଅର ବାହାର ଘର ରହିଛି।

ବିଜେପିରୁ ବହିସ୍କାର ହୋଇଥିବା କୁଲଦୀପ ୨୦୧୭ ଉନ୍ନାଉ ରେପ୍‌ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ୨୦୧୯ରେ ଦିଲ୍ଲୀ କୋର୍ଟ ସେନଗୁପ୍ତାଙ୍କ ବିରୋଧରେ ଏହି ରାୟ ଦେଇଥିଲେ। ପସ୍କୋ ଆକ୍ଟ ଆଇପିସି ଧାରା ୩୭୬ ଏବଂ ଧାରା ୫(ସି) ଏବଂ ୬ ଅନୁଯାୟୀ ତାଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେନଗାରଙ୍କ ସହ ଦୁଇ ଜଣ ପୁଲିସ ଅଧିକାରୀ ଏବଂ ଅନ୍ୟ ୪ ଜଣଙ୍କୁ ୧୦ ବର୍ଷ ଲେଖାଁଏ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି।

ad-week
Leave A Reply

Your email address will not be published.