ଆରଏସଏସ ଅଫିସକୁ କେବେ ହେଲେ ଯିବିନି, ମୁଣ୍ଡ କାଟିବାକୁ ପଡ଼ିବ: ରାହୁଲ ଗାନ୍ଧି…

add-all

ହୋସିଆରପୁର: ଭାରତ ଯୋଡ଼ୋ ଯାତ୍ରାରେ ବ୍ୟସ୍ତ ଥିବା ରାହୁଲ ଗାନ୍ଧି ଆଜି ସଂଘ ପରିବାର ନେତୃତ୍ୱାଧୀନ ବିଜେପିକୁ କଡ଼ା ଜବାବ ଦେଇଛନ୍ତି। ଏମିତି କୌଣସି ଶକ୍ତି ବା ପରିସ୍ଥିତି ତାଙ୍କୁ କେବେ ହେଲେ ଆରଏସଏସ୍‌ ସହ ଆଖିରେ ଆଖି ମିଶାଇବାକୁ ବାଧ୍ୟ କରିପାରିବ ନାହିଁ। ଆରଏସଏସ ଅଫିସରେ ପାଦ ରଖିବା ଅପେକ୍ଷା ସେ ନିଜର ମୁଣ୍ଡ କାଟି ଦେବାକୁ ବେଶୀ ପସନ୍ଦ କରିବେ ବୋଲି ରାହୁଲ କହିଛନ୍ତି।
ବିଜେପି ନେତା ତଥା ରାହୁଲ ଗାନ୍ଧିଙ୍କ ସମ୍ପର୍କୀୟ ଭାଇ ବରୁଣ ଗାନ୍ଧି କଂଗ୍ରେସକୁ ଆସିବେ ବୋଲି ଚର୍ଚ୍ଚା ଚାଲିଛି। ଏ ସମ୍ପର୍କରେ ରାହୁଲଙ୍କୁ ପ୍ରଶ୍ନ କରାଯିବାରୁ ସେ ଉଭୟଙ୍କ ବିଚାରଧାରା ଅଲଗା ଅଲଗା ବୋଲି କହିଛନ୍ତି। ରାହୁଲ ଗାନ୍ଧିଙ୍କ କହିବା କଥା ହେଲା ଯେ ବରୁଣ ଗାନ୍ଧି କିଛି କ୍ଷେତ୍ରରେ ଆରଏସଏସର ବିଚାରଧାରାକୁ ଗ୍ରହଣ କରିଛନ୍ତି। ତେଣୁ ସେ କେବେ ହେଲେ ଏହି ବିଚାରଧାରାକୁ ଗ୍ରହଣ କରିବେ ନାହିଁ।
ରାହୁଲ ଗାନ୍ଧି କହିଛନ୍ତି, “ବରୁଣ କିଛି କ୍ଷେତ୍ରରେ ଏପରି କି ଆଜି ମଧ୍ୟ ସେହି ଚିନ୍ତାଧାରା ସହ ଏକମତ ରହିଛନ୍ତି। ସେ ନିଜ ଇଚ୍ଛାରେ ଏହାକୁ ଗ୍ରହଣ କରିଛନ୍ତି। ମୁଁ କେବେ ହେଲେ ସେସବୁ ଜିନିଷକୁ ଗ୍ରହଣ କରିପାରିବି ନାହିଁ। ଆରଏସଏସ ଅଫିସକୁ ପ୍ରବେଶ କରିବା ପୂର୍ବରୁ ଆପଣମାନଙ୍କୁ ମୋର ମୁଣ୍ଡ କାଟିବାକୁ ପଡ଼ିବ।
ବରୁଣ ଗାନ୍ଧି ବିଜେପିରେ ଅଛନ୍ତି। ଯଦି ସେ ଏଠାରେ ଚାଲିବେ, ତା’ହେଲେ ତାଙ୍କ ପାଇଁ ସମସ୍ୟା ହେବ। ମୋ ବିଚାରଧାରା ତାଙ୍କ ବିଚାରଧାରା ସହ ଖାପ ଖାଉନି। ମୁଁ କେବେ ହେଲେ ଆରଏସଏସ ଅଫିସକୁ ଯାଇ ପାରିବି ନାହିଁ। ଅଫିସରେ ପାଦ ରଖିବା ପୂର୍ବରୁ ପ୍ରଥମେ ମୋର ମୁଣ୍ଡ କାଟିବାକୁ ପଡ଼ିବ।
ମୋ ପରିବାରର ଗୋଟିଏ ବିଚାରଧାରା ରହିଛି। ବରୁଣ ଆଉ ଗୋଟିଏକୁ ଗ୍ରହଣ କରିଛନ୍ତି। ମୁଁ କେବେ ହେଲେ ସେହି ବିଚାରଧାରାକୁ ଗ୍ରହଣ କରିପାରିବି ନାହିଁ। ମୁଁ ତାଙ୍କୁ ନିଶ୍ଚିତ ଭାବେ ଭେଟିବି ଓ କୁଣ୍ଢାଇବି। କିନ୍ତୁ ତାଙ୍କ ବିଚାରଧାରାକୁ ଗ୍ରହଣ କରିବି ନାହିଁ।” ଏଥିସହ ରାହୁଲ ଗାନ୍ଧି ସାମ୍ବାଦିକ ସମ୍ମିଳନୀରେ ବେକାରୀ ଓ ଦରବୃଦ୍ଧିକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।

ad-week
Leave A Reply

Your email address will not be published.