ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା…

add-all

ଭୁବନେଶ୍ୱର: ପୂର୍ବତନ ରେଳ କର୍ମଚାରୀଙ୍କ ଘରୁ ମିଳିଲା ୧୭ କେଜି ସୁନା ଓ ନଗଦ କୋଟିଏ ୫୭ ଲକ୍ଷ ଟଙ୍କା। ଏହାଛଡ଼ା ଆହୁରି ଅମାପ ସମ୍ପତ୍ତି ମିଳିଛି। ଆୟବହିର୍ଭୂତ ଠୁଳ ଅଭିଯୋଗରେ ଚଢ଼ଉ ବେଳେ ସିବିଆଇକୁ ଏ ସବୁ ସମ୍ପତ୍ତି ମିଳିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ପୂର୍ବତନ ରେଳ କର୍ମଚାରୀ ପ୍ରମୋଦ କୁମାର ଜେନାଙ୍କ ଘରେ ଚଢ଼ଉ କରିଥିଲା। ଏହି ସମୟରେ ଆଖି ଖୋସି ହୋଇଗଲା ପରି ସମ୍ପତ୍ତି ପାଇଛି ସିବିଆଇ। ତାଙ୍କ ଘରୁ ନଗଦ ଏକ କୋଟି ୫୭ ଲକ୍ଷ ଟଙ୍କା, ବ୍ୟାଙ୍କ ଓ ପୋଷ୍ଟାଲ୍‌ ଜମା ୨ କୋଟି ୫୦ ଲକ୍ଷ ଟଙ୍କା ଓ ଅନେକ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ପାଇଛି ସିବିଆଇ। ଏହାଛଡ଼ା ଶ୍ରୀ ଜେନାଙ୍କ ଘରୁ ସିବିଆଇ ୧୭ କେଜି ସୁନା ପାଇଛି। ଯାହାର ଆନୁମାନିକ ମୂଲ୍ୟ ୮ କୋଟି ୫୦ ଲକ୍ଷ ହେବ। ଏହା ବ୍ୟତୀତ ଅନେକ ସମ୍ପତ୍ତି ପି.କେ ଜେନାଙ୍କ ପରିବାର ଲୋକଙ୍କ ନାଁରେ ରହିଛି।

ପି.କେ. ଜେନା ୧୯୮୯ ମସିହାରେ ଚାକିରି ଜୀବନ ଆରମ୍ଭ କରିଥିଲେ। ୨୦୨୨ ମସିହାରେ ରେଲୱେର ପ୍ରିନିସିପାଲ ଚିଫ୍‌ ଅପରେସନ ମ୍ୟାନେଜର ପଦବୀରୁ ଅବସର ନେଇଥିଲେ। ସିବିଆଇ ଆକଳନ ଅନୁସାରେ ୨୦୦୫ରୁ ୨୦୨୦ ମସିହା ଭିତରେ ଶ୍ରୀ ଜେନା ଓ ତାଙ୍କ ପରିବାର ଲୋକଙ୍କ ସଂପତ୍ତି ୩ କୋଟି ୨୫ ଲକ୍ଷ ରହିଥିଲା। ସେଥିରୁ ୮୮ ଲକ୍ଷ ୫୮ ହଜାର ଖର୍ଚ୍ଚ ଯିବା ପରେ ୨ କୋଟି ୩୬ ଲକ୍ଷ ଟଙ୍କା ସଂପତ୍ତି ରହିବା କଥା। ହେଲେ ଏବେ ତାଙ୍କ ସ୍ଥାବର ଅସ୍ଥାବର ସଂପତ୍ତି ୪ କୋଟି ୨୮ ଲକ୍ଷ ଟଙ୍କାରୁ ଅଧିକ ରହିଛି। ସିବିଆଇ ଜାଲରେ ଛନ୍ଦିହୋଇବା ପରେ ଅବସରପ୍ରାପ୍ତ ଅଧିକାରୀଙ୍କ ପାଇଁ ଅଡୁଆ ବଢିଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୪ ତାରିଖରେ ପି.କେ. ଜେନାଙ୍କ ଘରେ ଚଢ଼ଉ କରିଥିଲା। ଶ୍ରୀ ଜେନାଙ୍କ ଭୁବନେଶ୍ୱର, କଟକ ଓ ଜଗତସିଂହପୁର ସ୍ଥିତ ଘର ଓ ଅଫିସ୍‌ ସମେତ ଏକକାଳୀନ ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା। ରେଡ୍‌ ବେଳେ ୧ କୋଟି ୯୨ ଲକ୍ଷରୁ ଅଧିକ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ପ୍ରମାଣ ପାଇଥିଲା ସିବିଆଇ। ଆୟ ତୁଳନାରେ ତାଙ୍କର ଏହି ସଂପତ୍ତି ୫୯ ପ୍ରତିଶତ ଅଧିକ ରହିଛି।

ad-week
Leave A Reply

Your email address will not be published.