ବୟସ୍କ ବ୍ୟକ୍ତିଙ୍କୁ ସ୍କୁଟି ଦ୍ୱାରା ଘୋଷାଡ଼ିଲେ ଯୁବକ, ଭିଡିଓ ଭାଇରାଲ…

add-all

ବେଙ୍ଗାଲୁରୁ: ସାମ୍ନାକୁ ଆସିଛି ବିଚଳିତ କରିବା ଭଳି ଭିଡିଓ। ସ୍କୁଟି ଦ୍ୱାରା ଜଣେ ବୟସ୍କ ବ୍ୟକ୍ତିଙ୍କୁ ବେଶ କିଛି ବାଟ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନେଇଛନ୍ତି ଜଣେ ଯୁବକ। କର୍ଣ୍ଣାଟକାର ବେଙ୍ଗାଲୁରୁ ଅନ୍ତର୍ଗତ ମାଗାଡି ରାସ୍ତାରେ ଏପରି ଘଟଣା ଘଟିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ବୟସ୍କ ବ୍ୟକ୍ତି ଜଣଙ୍କ ସ୍କୁଟର ବାର୍‌କୁ ଧରିଥିବା ବେଳେ ଯୁବକ ଜଣଙ୍କ ଗାଡ଼ିକୁ ଦ୍ରୁତଗତିରେ ନେଇ ଯାଉଥିବା ଭିଡିଓରେ ଦେଖିବାକୁ ମିଳିଛି।
ପ୍ରଥମେ ଯୁବକ ଚଳାଉଥିବା ସ୍କୁଟି ଓ ଗୋଟିଏ କାର ମଧ୍ୟରେ ଧକ୍କା ହୋଇଥିଲା। କାର୍‌ ଡ୍ରାଇଭର ଜଣଙ୍କ ଏସମ୍ପର୍କରେ ତାଙ୍କୁ ପ୍ରଶ୍ନ କରୁଥିବା ବେଳେ ସେ ଖସି ଯିବାକୁ ଚେଷ୍ଟା କରିଥିଲେ। ଏହା ଦେଖି ୫୫ ବର୍ଷୀୟ ମୁଥାପ୍ପା ସ୍କୁଟିର ପଛ ବାର୍‌କୁ ଧରି ପକାଇଥିଲେ।
ସେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଯୁବକ ଜଣଙ୍କ ଦ୍ରୁତଗତିରେ ଗାଡ଼ିକୁ ନେଇ ଚାଲିଯିବାକୁ ଚେଷ୍ଟା କରିଥିଲେ। ଫଳରେ ମୁଥାପ୍ପା ବେଶ କିଛି ବାଟ ମାଗାଡି ରାସ୍ତାରେ ଘୋଷାଡ଼ି ହୋଇ ଯାଇଥିଲେ। ଶେଷରେ ଜଣେ ଅଟୋ ଚାଳକ ସ୍କୁଟି ଆଗରେ ଗାଡ଼ି ରଖି ଦେବାରୁ ଯୁବକ ଜଣଙ୍କ ବାଧ୍ୟ ହୋଇ ସେହିଠାରେ ଅଟକି ଥିଲେ।
ଏହି ଘଟଣାରେ ମୁଥପ୍ପା ସାମାନ୍ୟ ଆହତ ହୋଇଛନ୍ତି। ଏନେଇ ଗୋବିନ୍ଦରାଜ ନଗର ପୁଲିସ୍‌ ଷ୍ଟେସନରେ ମାମଲା ହୋଇଛି ଓ ପୁଲିସ୍‌ ଅଭିଯୁକ୍ତ ସ୍କୁଟି ଚାଳକ ସାହିଲଙ୍କୁ ଅଟକ ରଖିଛି। ସାହିଲ ଜଣେ ମେଡିକାଲ ସେଲ୍ସମ୍ୟାନ। ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ମୁଥାପ୍ପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ad-week
Leave A Reply

Your email address will not be published.