ପାକିସ୍ତାନ ଶିକ୍ଷା ପାଇ ସାରିଛି; ଭାରତ ସହ ଆଲୋଚନା ପାଇଁ ଶରିଫଙ୍କ ପ୍ରସ୍ତାବ…

add-all

ଇସଲାମାବାଦ: ଆର୍ଥିକ ସଙ୍କଟ ଦେଇ କରୁଥିବା ପାକିସ୍ତାନ ଏବେ ଭାରତ ସହ ମୁକ୍ତ ଓ ସ୍ୱଚ୍ଛ ଆଲୋଚନା କରିବାକୁ ଚାହୁଁଛି। ପୂର୍ବ ଭୁଲରୁ ପାକିସ୍ତାନ ଉଚିତ ଶିକ୍ଷା ପାଇ ସାରିଛି। ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଶ୍ମୀର ଭଳି ବିଭିନ୍ନ ପ୍ରସଙ୍ଗରେ ପାକିସ୍ତାନ ଆଲୋଚନା କରିବାକୁ ଚାହୁଁଥିବା ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି।
ଦୁବାଇ ଭିତ୍ତିକ ଆରବିକ ଚ୍ୟାନେଲକୁ ସାକ୍ଷାତକାର ଦେଇ ଶରିଫ କହିଛନ୍ତି, “ପାକିସ୍ତାନ ଉଚିତ ଶିକ୍ଷା ପାଇ ସାରିଛି ଓ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଁଛି। ଭାରତୀୟ ନେତୃତ୍ୱବୃନ୍ଦ ଓ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ସେମାନେ ଆଲୋଚନାକୁ ଆସନ୍ତୁ। କଶ୍ମୀର ଭଳି ବିଭିନ୍ନ ସମସ୍ୟାର ସମାଧାନ ଉପଯୁକ୍ତ ଓ ସ୍ୱଚ୍ଛ ଆଲୋଚନା ଦ୍ୱାରା କରିବାକୁ ଚାହୁଁଛୁ।” ଶାନ୍ତିରେ ରହିବା, ବିକାଶ ଦିଗରେ ବଢ଼ିବା କିମ୍ବା ତିକ୍ତତା ସୃଷ୍ଟି କରିବା ଭଳି କଥା ଏବେ ଦୁଇ ଦେଶ ଉପରେ ହିଁ ନିର୍ଭର କରୁଛି।
ସେ କହିଛନ୍ତି, “ଭାରତ ସହ ଆମର ୩ଟି ଯୁଦ୍ଧ ହୋଇଥିଲା। ଏସବୁ କେବଳ ଗିରବୀ, ବିବାଦ ଓ ବେକାରୀ ସୃଷ୍ଟି କରିଛି। ଆମେ ଶିକ୍ଷା ପାଇ ସାରିଛୁ ଓ ଆମେ ଏବେ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଁଛୁ। ଆମ ଭିତରେ ଥିବା ସମସ୍ୟାକୁ ଆମେ ଦୂର କରିବାକୁ ଚାହୁଁଛୁ।”
ପାକିସ୍ତାନ ବର୍ତ୍ତମାନ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଲୋକମାନେ ଅଟା ଓ ମଇଦା ପାଇଁ ବିକଳ ହେଉଛନ୍ତି। ସେହିପରି ତୈଳ ଅଭାବ ମଧ୍ୟ ଦେଖିବାକୁ ମିଳୁଛି। ଏସବୁ ଭିତରେ ହିଁ ଶରିଫ ଭାରତ ସହ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।
ଶରିଫ କହିଛନ୍ତି, “ଭାରତ ହେଉଛି ଆମର ପଡ଼ୋଶୀ ଦେଶ। ଆମେ ପଡ଼ୋଶୀ। ଆମେ ଯେହେତୁ ଅଚାନକ ପଡ଼ୋଶୀ ହୋଇନି, ତେଣୁ ଆମକୁ ଶାନ୍ତିର ସହ ରହିବାକୁ ପଡ଼ିବ।”

ad-week
Leave A Reply

Your email address will not be published.