ଚୀନ୍‌ ଭାରତ ସୀମାରେ କରୁଛି ଡ୍ୟାମ୍‌; ଜଳସଙ୍କଟ ଓ ବନ୍ୟାର ଶିକାର ହେବେ ଅରୁଣାଚଳ, ଆସାମ

add-all

ନୂଆଦିଲ୍ଲୀ: ଚୀନ୍‌ ୟାର୍ଲୁଙ୍ଗ ସାଙ୍ଗପୋ ନଦୀ ଉପରେ ୬୦,୦୦୦ ମେଗାଓ୍ଵାଟ୍‌ ବିଦ୍ୟୁତ ଉତ୍ପାଦନ ଲାଗି ଏକ ଡ୍ୟାମ୍‌ ନିର୍ମାଣ କରୁଛି। ଚୀନ୍‌ର ଏହି ନିର୍ମାଣାଧୀନ ଡ୍ୟାମ୍‌ ମେଡଗ୍‌ ସୀମାରେ ଅବସ୍ଥିତ ଯାହା କି ଅରୁଣାଚଳ ପ୍ରଦେଶର ନିକଟବର୍ତ୍ତୀ ବୋଲି ଶକ୍ତି ମନ୍ତ୍ରାଳୟର ସୂତ୍ରରୁ ପ୍ରକାଶ।
ତେବେ, ଚୀନର ଏହି ବନ୍ଧ ନିର୍ମାଣକୁ ନେଇ ଭାରତ ଚିନ୍ତିତ ଅଛି। ସୂତ୍ରରୁ ପ୍ରକାଶ ଯେ, ଡ୍ୟାମ୍‌ ନିର୍ମାଣ ପରେ ଚୀନ୍‌ ବ୍ରହ୍ମପୁତ୍ର ନଦୀର ପ୍ରବାହିତ ଜଳଧାରାକୁ ବଦଳାଇଦେଇ ପାରିବ। କେବଳ ଏତିକି ନୁହେଁ, ଏହି ଡ୍ୟାମର ପାଣିକୁ ଅଟକାଇ ବନ୍ୟା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି କରି ପାରିବ। ଏହା ମଧ୍ୟ ଆକଳନ କରାଯାଉଛି କି ଚୀନ୍‌ର ଏହି ଡ୍ୟାମ୍‌ ଅରୁଣାଚଳ ପ୍ରଦେଶ ଏବଂ ଆସାମରେ ଜଳ ସଙ୍କଟ ବି ସୃଷ୍ଟି କରିପାରେ। ଚୀନର ଏହି ନିର୍ମାଣ ଯୋଗୁ ଭାରତର ଏହି ଦୁଇ ରାଜ୍ୟରେ ଉଭୟ ଜଳାଭାବ କିମ୍ବା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି।
ଚୀନ୍‌ର ଏହି ନିର୍ମାଣଧୀନ ଡ୍ୟାମ୍‌ କେବଳ ଭାରତ ନୁହେଁ; ବାଂଲାଦେଶକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଶକ୍ତି ମନ୍ତ୍ରାଳୟ ସୂତ୍ରରୁ ପ୍ରକାଶ।
ଏହି ସୂତ୍ରରୁ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତ ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛି ଏବଂ ଭାରତ ମଧ୍ୟ ଅରୁଣାଚଳ ପ୍ରଦେଶରେ ଅନେକ ଡ୍ୟାମ୍‌ରେ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି କରିବା ସହିତ ନିଜକୁ ପ୍ରସ୍ତୁତ କରୁଛି।

ad-week
Leave A Reply

Your email address will not be published.