କ୍ଷମତାକୁ ଆସିଲେ ବର୍ଷକୁ ମହିଳାଙ୍କ ଆକାଉଣ୍ଟକୁ ଯିବ ୨୪ ହଜାର ଟଙ୍କା: ପ୍ରିୟଙ୍କା ଗାନ୍ଧୀ…

add-all

ବାଙ୍ଗାଲୋର: ଚଳିତବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି | ଆଉ କର୍ଣ୍ଣାଟକରେ ବିଜେପିକୁ ହଟାଇ ପୁଣି କ୍ଷମତାକୁ ଫେରିବାକୁ କଂଗ୍ରେସ ଯୋଜନା ଆରମ୍ଭ କରିଦେଇଛି | ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟକରେ କଂଗ୍ରେସ ସପକ୍ଷରେ ଜନମତ ସଂଗ୍ରହ ପାଇଁ କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ନୂଆ ପ୍ରତିଶୃତି ଦେଇଛନ୍ତି | ପ୍ରତ୍ୟେକ ପରିବାରର ମହିଳା ମୁଖ୍ୟଙ୍କୁ କଂଗ୍ରେସ ମାସକୁ ୨୦୦୦ ଟଙ୍କା ଲେଖାଏଁ ଦେବାକୁ ପ୍ରତିଶୃତି ଦେଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏକ ସାଧାରଣ ସଭାରେ କହିଛନ୍ତି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ଗୃହଲକ୍ଷ୍ମୀ ଯୋଜନା ଅଧୀନରେ ଗୋଟିଏ ବର୍ଷରେ ୨୪୦୦୦ ଟଙ୍କା ସିଧାସଳଖ ମହିଳାଙ୍କ ଆକାଉଣ୍ଟକୁ ପଠାଯିବ।
ଏହାପୂର୍ବରୁ ଦଳ ପ୍ରତ୍ୟେକ ପରିବାରକୁ ମାସକୁ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ ପ୍ରଦାନ କରିବାକୁ ଘୋଷଣା କରିଥିଲା। ସୂଚନାଯୋଗ୍ୟ ଯେ ଚଳିତ ବର୍ଷ ମେ ମାସରେ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇପାରେ। ସେହିପରି ପ୍ରିୟଙ୍କା ଏହି ଜନସଭାରେ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ସେ ରାଜ୍ୟ ସରକାରଙ୍କ ଉପରେ ଦୁର୍ନୀତି ଅଭିଯୋଗ ଆଣି କହିଛନ୍ତି ଯେ ପରିସ୍ଥିତି ଅତ୍ୟନ୍ତ ଲଜ୍ଜାଜନକ ହୋଇଯାଇଛି । ଚାକିରି ଦେବା ପାଇଁ ରାଜ୍ୟ ମନ୍ତ୍ରୀମାନେ ୪୦ ପ୍ରତିଶତ କମିଶନ ନିଅନ୍ତି। ରାଜ୍ୟରେ ଜନତାଙ୍କର ୧.୫ ଲକ୍ଷ କୋଟି ଟଙ୍କା ଲୁଟ୍ ହୋଇଛି । କଂଗ୍ରେସ ନେତ୍ରୀ କହିଛନ୍ତି ଯେ ବିଧାନସଭା ନିର୍ବାଚନ ପୂର୍ବରୁ ମହିଳାଙ୍କ ପାଇଁ ପୃଥକ ଭାବେ ଏକ ଇସ୍ତାହାର ଜାରି କରାଯିବ।

ad-week
Leave A Reply

Your email address will not be published.