କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ…

add-all

ଭୁବନେଶ୍ବର: ରାଜ୍ୟ କଂଗ୍ରେସକୁ ପୁଣି ଝଟକା ଲାଗିଛି। ପୂର୍ବତନ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଶ୍ରୀ ନାୟକ ନିଜର ଇସ୍ତଫାପତ୍ରକୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି। ଇସ୍ତଫାପତ୍ରରେ ସେ ଲେଖିଛନ୍ତି ଯେ, ଓଡ଼ିଶା ପାଇଁ କଂଗ୍ରେସ ତରଫରୁ ଜନତାଙ୍କ ସେବା କରି ଖୁସି ଅନୁଭବ କରୁଛି।

ସୂଚନାଯୋଗ୍ୟ, ଏଆଇସିସି ସଭାପତି ନିର୍ବାଚନ ବେଳେ ପିସିସି ସଭ୍ୟ ତାଲିକାରେ ସତ୍ୟ ପ୍ରକାଶ ନାୟକ ନଥିଲେ, ଯେଉଁଥି ପାଇଁ ସେ କିଛି ଦିନ ହେଲା ଅସନ୍ତୁଷ୍ଟ ଥିଲେ। ନିଜ ଇସ୍ତଫାପତ୍ର ପଠାଇବା ସହିତ ଶ୍ରୀ ନାୟକ ପିସିସି ସଭାପତିଙ୍କୁ ଟାର୍ଗେଟ କରିଛନ୍ତି। ସେ ଲେଖିଛନ୍ତି ଯେ କୃଷକ, ଯୁବ, ମହିଳା ଓ଼ ଆଦିବାସୀ ବର୍ଗ କଂଗ୍ରେସ ସହ ନ ଥିବା ବେଳେ କଂଗ୍ରେସ ସହ କିଏ ଅଛି ବୋଲି କାର୍ଯ୍ୟକର୍ତ୍ତା ପଚାରୁଥିବା କହିଛନ୍ତି।

ad-week
Leave A Reply

Your email address will not be published.