ମୁଁ ତାଙ୍କୁ ଦେଖା କରି ଆଲିଙ୍ଗନ କରିପାରିବି, କିନ୍ତୁ…; ବରୁଣ କଂଗ୍ରେସରେ ଯୋଗ ଦେବା ପ୍ରଶ୍ନର ଉତ୍ତର ରଖିଲେ ରାହୁଲ

add-all

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ମଙ୍ଗଳବାର ଦିନ ପଞ୍ଜାବର ହୋଶିଆରପୁରରେ ପହଞ୍ଚିଛି। ଏଠାରେ ପହଞ୍ଚିବା ପରେ ସେ ସାମ୍ବାଦିକମାନଙ୍କ ସହ କଥା ହୋଇଥିଲେ। ଏହି ସମୟରେ ଯେତେବେଳେ ରାହୁଲଙ୍କୁ, ବରୁଣ ଗାନ୍ଧୀ କଂଗ୍ରେସରେ ପ୍ରବେଶ କରିବା ବିଷୟରେ ପ୍ରଶ୍ନ ପଚରାଗଲା, ସେତେବେଳେ ସେ କହିଥିଲେ ମୁଁ ତାଙ୍କୁ ଭେଟି ପାରିବି, ତାଙ୍କୁ ଆଲିଙ୍ଗନ କରିପାରିବି, କିନ୍ତୁ ମୋର ବିଚାରଧାରା ଓ ତାଙ୍କ ବିଚାରଧାରା କେବେ ମିଶିବ ନାହିଁ।
ରାହୁଲ ଗାନ୍ଧୀଙ୍କ କହିବା ମୁତାବକ, ବରୁଣ ଗାନ୍ଧୀ ଏବେ ବିଜେପିରେ ଅଛନ୍ତି। ଯଦି ସେ ଆସି ଆମ ସହ ଚାଲିବେ ତେବେ ସେ ଅସୁବିଧାର ସମ୍ମୁଖୀନ ହେବେ। ଏହା ସହ ମୋର ବିଚାରଧାରା ତାଙ୍କ ବିଚାରଧାରା ସହିତ ମେଳ ଖାଉ ନାହିଁ। ମୋର ବିଚାରଧାରା ହେଉଛି ମୁଁ ଆରଏସଏସ କାର୍ଯ୍ୟାଳୟକୁ କେବେବି ଯାଇ ପାରିବି ନାହିଁ। ମୋ ବେକ କାଟିଦେଲେ ବି ନୁହେଁ।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ହେବ ବିଜେପିରେ ରହି ମଧ୍ୟ ନିଜ ଦଳର ନୀତି ଉପରେ ପ୍ରଶ୍ନ ଉଠାଇବାରେ ଲାଗିଛନ୍ତି ବରୁଣ ଗାନ୍ଧୀ। ବାରମ୍ବାର ସେ ଏଭଳି କରୁଥିବାରୁ ଖୁବଶୀଘ୍ର ସେ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଛି।

ad-week
Leave A Reply

Your email address will not be published.