ବିଜେପି ସାଂସଦ ଖୋଲିଥିଲେ ବିମାନର ଏମର୍ଜେନ୍ସି ଦ୍ୱାର, ସଫେଇ ଦେଲେ କେନ୍ଦ୍ରମନ୍ତ୍ରୀ…

add-all

ନୂଆଦିଲ୍ଲୀ: ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲି ଦେଇଥିଲେ। ଏଥିପାଇଁ ବିମାନ ଯାତ୍ରୀ ଆତଙ୍କିତ ହୋଇଯାଇଥିଲେ। ବିମାନର ଯାଞ୍ଚ ହୋଇଥିଲା ଓ ପରେ ଏହା ଉଡ଼ାଣ ଭରିଥିଲା। ଏତେ ବଡ଼ ଘଟଣାର ତଦନ୍ତ ନିର୍ଦ୍ଦେଶକ ଡିଜିସିଏ ଦେଇଥିବା ବେଳେ ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ପୂରା ଘଟଣା ଉପରେ ସଫେଇ ଦେଇଛନ୍ତି। ଏଥିସହ ଭୁଲରେ ଯାତ୍ରୀ ଜଣଙ୍କ ବିମାନର ଜରୁରିକାଳୀନ ଦ୍ୱାର ଖୋଲି ଦେଇଥିବା ସେ କହିଛନ୍ତି।
ସିନ୍ଧିଆ କହିଛନ୍ତି, “ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଯେ ରିସ୍କ ନେବା କଥା ନୁହେଁ। ତଥ୍ୟକୁ ଦେଖନ୍ତୁ। ବିମାନର ଦ୍ୱାର ଭୁଲବଶତଃ ଖୋଲା ଯାଇଥିଲା। ଏହାପରେ ସବୁ ପ୍ରକାରର ଯାଞ୍ଚ କରାଯାଇଥିଲା ଓ ବିମାନ ଏହାପରେ ଉଡ଼ାଣ ଭରିଥିଲା।”
ଗତକାଲି ଇଣ୍ଡିଗୋ କହିଥିଲା ଯେ ଡିସେମ୍ବର ୧୦ରେ ଚେନ୍ନାଇରୁ ତିରୁଚିରାପଲ୍ଲୀକୁ ଇଣ୍ଡିଗୋ 6E-7339 ବିମାନ ଉଡ଼ଣା କରିବାର ଥିଲା। ଏହି ସମୟରେ ହଠାତ ଜଣେ ଯାତ୍ରୀ ଜରୁରିକାଳୀନ ଦ୍ୱାର ଖୋଲି ଦେଇଥିଲେ। ଡିଜିସିଏ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି। ବିମାନରେ ତାମିଲନାଡୁ ବିଜେପି ମୁଖ୍ୟ ଅନ୍ନାମାଲାଇ, ଡିଏମକେ ମୁଖପାତ୍ର ବିଟି ଅର୍ଶକୁମାର ଓ ବିଜେପି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ରହିଥିଲେ। ବିମାନରେ ବୋର୍ଡିଂ ପ୍ରକ୍ରିୟା ଚାଲିଥିବା ବେଳେ ଜଣେ ଯାତ୍ରୀ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲି ଦେଇଥିଲେ।
ତେବେ ଯାତ୍ରୀ ଜଣଙ୍କ ଏଥିପାଇଁ ତୁରନ୍ତ କ୍ଷମା ମାଗିଥିଲେ। ଏହାପରେ ନିୟମ ଅନୁସାରେ, ଘଟଣାର ରେକର୍ଡ କରାଯାଇଥିଲା। ବିମାନର ଇଞ୍ଜିନିୟରିଂ ଯାଞ୍ଚ କରାଯାଇଥିଲା ଓ ସବୁ କାମ ଶେଷ ହେବା ପରେ ବିଳମ୍ବରେ ଏହାର ଉଡ଼ାଣ ଆରମ୍ଭ କରାଯାଇଥିଲା। କିନ୍ତୁ କମ୍ପାନୀ ସଂପୃକ୍ତ ଯାତ୍ରୀଙ୍କ ନାଁ ସାର୍ବଜନୀନ କରି ନଥିଲା। କିନ୍ତୁ ବିମାନରେ ଥିବା ଯାତ୍ରୀ ଓ ଅର୍ଶକୁମାରଙ୍କ ବୟାନରୁ ଜଣାପଡ଼ିଥିଲା ଯେ ତେଜସ୍ୱୀ ସୂର୍ଯ୍ୟ ହିଁ ସେ ଦିନ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ବିଜେପିକୁ ଟାର୍ଗେଟ କରିଥିଲେ କଂଗ୍ରେସ, ଟିଏମସି ଓ ଏଆଇଏମଆଇଏମ।

ad-week
Leave A Reply

Your email address will not be published.