୭.୨ ତୀବ୍ରତା ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ, ସୁନାମୀ ଆଲର୍ଟ

add-all

ଜାକର୍ତା: ପୁଣି ଭୟଙ୍କର ଭୂମିକମ୍ପରେ ଥରିଲା ଇଣ୍ଡୋନେସିଆ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୨ ରେକର୍ଡ କରାଯାଇଛି। ମାଲୁକୁ ଦ୍ୱୀପ ନିକଟ ସମୁଦ୍ର ଭିତରେ ଭୂମିକମ୍ପ ହୋଇଥିବା ଯୋଗୁ ସୁନାମୀ ଆଲର୍ଟ ଜାରି ହୋଇଛି।
ପୂର୍ବାଞ୍ଚଳ ଇଣ୍ଡୋନେସିଆର ଉତ୍ତରପଶ୍ଚିମରେ ଅବସ୍ଥିତ ହାଲ୍‌ମାହେରା ଦ୍ୱୀପଠାରୁ ୧୫୦ କିଲୋମିଟର୍ ଦୂର ଭୂଗର୍ଭର ୪୮ କିଲୋମିଟର୍ ଅଭ୍ୟନ୍ତରରେ ଏହି ଭୂମିକମ୍ପର ଉତ୍ପତ୍ତିସ୍ଥଳ ଥିବା ଜଣାପଡ଼ିଛି।
ଭୂମିକମ୍ପ ଝଟ୍‌କା ଅନୁଭୂତ ହେବା ପରେ ହାୱାଇସ୍ଥିତ ‘ଏନ୍‌ଡବ୍ଲୁଏସ୍ ପାସିଫିକ୍ ସୁନାମି ୱାର୍ଣ୍ଣିଙ୍ଗ୍ ସେଣ୍ଟର୍‌’ କହିଛି, ଭୂମିକମ୍ପର ଉତ୍ପତ୍ତିସ୍ଥଳର ୩୦୦ କିଲୋମିଟର୍ ମଧ୍ୟରେ ଅବସ୍ଥିତ। ତେଣୁ ଉପକୂଳରେ ବିପଜ୍ଜନକ ସୁନାମୀ ଆସିବା ସମ୍ଭାବନା ରହିଛି।
ପୁଣିଥରେ ଭୂମିକମ୍ପ ଆସିବା ସମ୍ଭାବନା ଥିବା ମଧ୍ୟ ଇଣ୍ଡୋନେସିଆର ମେଟ୍ରୋଲୋଜି କ୍ଲାଇମାଟୋଲଜି ଆଣ୍ଡ ଜିଓଫିଜିକ୍ସ ଏଜେନ୍ସି ସତର୍କ କରାଇଛି। ସେପଟେ ଭୂମିକମ୍ପ ଯୋଗୁ ସ୍ଥାନୀୟ ଅଞ୍ଚଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଭୟରେ ଲୋକେ ଘର ଛାଡି ବାହାରକୁ ଚାଲି ଆସିଛନ୍ତି।
ଇଣ୍ଡୋନେସିଆର ପ୍ରଶାନ୍ତ ରିଙ୍ଗ ଅଫ୍ ଫାୟର ଉପରେ ନିଜର ସ୍ଥିତି ଯୋଗୁଁ ପ୍ରାୟତଃ ଭୂମିକମ୍ପ ଓ ଆଗ୍ନେୟ ଉଦ୍‌ଗିରଣ ଅନୁଭବ ହେଉଛି। ଏହାପୂର୍ବରୁ ନଭେମ୍ବର ୨୧ ତାରିଖରେ ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାର ପଶ୍ଚିମ ଜାଭା ଅଞ୍ଚଳରେ ୫.୬ ତୀବ୍ରତାର ଭୂମିକମ୍ପ ଆସିଥିଲା। ଏଥିରେ ୬୦୨ ଜଣଙ୍କ ମୃତ୍ୟୁ ହୋଇଥିଲା।

ad-week
Leave A Reply

Your email address will not be published.