ଭାରତ ଯୋଡ଼ୋ ଯାତ୍ରା: ସୁରକ୍ଷା ବଳୟ ଭାଙ୍ଗି ରାହୁଲଙ୍କୁ ଆଲିଙ୍ଗନ ଉଦ୍ୟମ…

add-all

ନୂଆଦିଲ୍ଲୀ: ପଂଜାବର ହୋଶିଆରପୁରରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତ ଯୋଡ଼ୋ ଯାତ୍ରାରେ ଚାଲୁଥିବା ବେଳେ ଆଜି ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ତାଙ୍କୁ ଆଲିଙ୍ଗନ କରିବାକୁ ଉଦ୍ୟମ କରିବା ଘଟଣା ହଇଚଇ ସୃଷ୍ଟି କରିଛି। କିନ୍ତୁ ରାହୁଲଙ୍କ ସହ ଥିବା କଂଗ୍ରେସ ନେତାମାନେ ଉକ୍ତ ଯୁବକଙ୍କୁ ଅଟକାଇ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ହେଉଥିବା ନେଇ କଂଗ୍ରେସ ନିକଟ‌ରେ ଅଭିଯୋଗ କରିଥିବା ବେଳେ ରାହୁଲ ଏଥିରେ ସହଯୋଗ କରୁନଥିବା ମଧ୍ୟ ପୁଲିସ କହୁଛି । ତେବେ ଆଜି ରାହୁଲଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନି କି ସୁରକ୍ଷା ଭଙ୍ଗ ହୋଇନି ବୋଲି ପୁଲିସ କହିଛି। ରାହୁଲ ଗାନ୍ଧି ମଧ୍ୟ କହିଛନ୍ତି, ତାଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନି। ରାହୁଲ କହିଛନ୍ତି, ମ‌ତେ ଜଣେ ଆଲିଙ୍ଗନ କରିବାକୁ ଆସିଥିଲେ ଏବଂ ତାଙ୍କୁ ସୁରକ୍ଷା କର୍ମୀଙ୍କ ଦ୍ବାରା ଅଟକାଗଲା। ମୁଁ ଏହାକୁ ସୁରକ୍ଷା ଭଙ୍ଗ ବୋଲି କହୁନାହିଁ। ଅନ୍ୟପକ୍ଷେ ପୁଲିସ ଆଇଜି ଜିଏସ ଧିଲନ କହିଛନ୍ତି, ରାହୁଲ ନିଜେ ଉକ୍ତ ବ୍ୟକ୍ତିଙ୍କୁ ଡାକିଛନ୍ତି। ରାହୁଲଙ୍କ ସୁରକ୍ଷାରେ କୌଣସି ତ୍ରୁଟି ହୋଇନାହିଁ।

ad-week
Leave A Reply

Your email address will not be published.